ପ୍ରଦୂଷଣ ଓ ଜୀବନ ସୁରକ୍ଷା ପାଇଁ ଢେଙ୍କାନାଳ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

Published By : Prameya-News7 Bureau | May 04, 2021 IST

ଢେଙ୍କାନାଳ, ୦୪/୦୫: ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ତହସିଲ ଅନ୍ତର୍ଗତ ନୂଆ କଷ୍ଟିପାଳ ଓ ଶ୍ରୀମନ୍ତପୁର ଗ୍ରାମକୁ ଲାଗି ହେଉଥିବା ଏକ ଷ୍ଟୋନ କ୍ରସରକୁ ଗ୍ରାମବାସୀ ବିରୋଧ କରିଛନ୍ତି । ଏପରିକି ପ୍ରସ୍ତାବିତ କ୍ରସର ପାଇଁ ଗ୍ରାମବାସୀ ନିଜର ଜୀବନ ସୁରକ୍ଷା ପାଇଁ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଗୁହାରୀ କରିଛନ୍ତି । 

ସୂଚନା ଥାଉକି, ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ତହସିଲ ଅନ୍ତର୍ଗତ ନୂଆ କଷ୍ଟିପାଳ ଓ ଶ୍ରୀମନ୍ତପୁର ଗ୍ରାମ ନିକଟରେ ହେବାକୁ ଥିବା ଏକ ଷ୍ଟୋନ କ୍ରସର କୁ ଗ୍ରାମବାସୀ ବିରୋଧ କରିଛନ୍ତି । ଏନେଇ ଉଭୟ ଗ୍ରାମବାସୀ ଢେଙ୍କାନାଳ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ସେମାନଙ୍କ ଜୀବନ ଓ ଚାଷ ଜମିର ସୁରକ୍ଷା ଦାବି କରିଛନ୍ତି ।

ଅଭିଯୋଗ କ୍ରମେ ପ୍ରସ୍ତାବିତ ଏହି କ୍ରସର ସେମାନଙ୍କ ଗ୍ରାମର ଅତି ନିକଟରେ ହେଉଥିବାରୁ ପ୍ରଦୂଷଣରେ ଚାଷ ଜମି  ନଷ୍ଟ ହେବା ସହ ଲୋକମାନେ ଅଣନିଶ୍ୱାସୀ ହୋଇପଡିବେ । ଅପରପକ୍ଷରେ କ୍ରସର କାରଣରୁ ପଥର ବ୍ଲାଷ୍ଟିଂରେ ଗୃହପାଳିତ ପଶୁଙ୍କ ଠାରୁ ଆରମ୍ଭ କରି ସେମାନଙ୍କ ଜୀବନ ଅସୁରକ୍ଷିତ ହୋଇ ପଡିବ ।

ଏପରିକି ପସ୍ତାବିତ କ୍ରସର ଜାଗର ତଳେ ଗେଲ ଇଣ୍ଡିଆର ଗ୍ୟାସ ପାଇପ ଲାଇନ ରହିଥିବାରୁ କ୍ରସର ଭାଇବ୍ରେସନ ଫାଟି ଯିବାର ସମ୍ଭାବନା ସୃଷ୍ଟି କରିଛି । ଏପରି ଘଟିଲେ  ଅନେକ ଲୋକଙ୍କ ଜୀବନ ସଙ୍କଟରେ ବୋଲି ଗ୍ରାମବାସୀ ଅଭିଯୋଗ ଉଠାଇଛନ୍ତି । ସୁତରାଂ ଏହି କ୍ରସରକୁ ଏଠାରେ କରାଇଦିଆଯିବ ନାହିଁ ବୋଲି ଗ୍ରାମବାସୀମାନେ ଅଡି ବସିଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.