Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ବଙ୍ଗୋମୁଣ୍ଡାରେ ବ୍ୟବସାୟୀଙ୍କ ସ୍ତ୍ରୀକୁ ହତ୍ୟା ଘଟଣା, ଥାନା ଘେରାଓ କଲେ ବରୋବାହାଲ ଗ୍ରାମବାସୀ

12/09/2021 at 7:56 PM

କଣ୍ଟାବାଞ୍ଜି, ୧୨/୦୯: ଗତକାଲି ବଙ୍ଗୋମୁଣ୍ଡାରେ ବ୍ୟବସାୟୀଙ୍କ ସ୍ତ୍ରୀକୁ ହତ୍ୟା ଘଟଣାରେ ବଙ୍ଗୋମୁଣ୍ଡା ପୋଲିସ ୧୦ରୁ ଅଧିକ ଲୋକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଅଟକମାନଙ୍କ ମଧ୍ୟରେ ବ୍ୟବସାୟୀଙ୍କ ଦୋକାନରେ କାମ କରୁଥିବା ବୋରବାହାଲ ଗାଁର ୪ ଜଣ ମଧ୍ୟ ରହିଛନ୍ତି । ତେବେ ଏହି ୪ଜଣ କର୍ମଚାରୀଙ୍କୁ ଥାନାରେ ଅଟକ ପ୍ରତିବାଦରେ ବରୋବାହାଲ ଗ୍ରାମର ଲୋକ ବଙ୍ଗୋମୁଣ୍ଡା ଥାନା ଘେରାଉ କରିଛନ୍ତି ।

ବରୋବାହାଲ ଗ୍ରାମର ୪ଜଣ କର୍ମଚାରୀଙ୍କୁ ବିନା ଦୋଷରେ ଥାନାରେ ଅଟକ ରଖିଥିବା ନେଇ ଗ୍ରାମବାସୀ ଥାନା ଘେରାଉ କରିବା ସହ ତୁରନ୍ତ ସେମାନଙ୍କୁ ଛାଡିଦେବା ପାଇଁ ଦାବି କରିଥିଲେ । ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉତ୍ୟକ୍ତ ଲୋକମାନେ ଦାବି କରିଥିଲେ। ଦୀର୍ଘ ସମୟ ଧରି ବଙ୍ଗୋମୁଣ୍ଡା ଥାନା ସମ୍ମୁଖରେ ଘେରାଉ କରିବା ସହ ବିରୋଧ ପ୍ରଦର୍ଶନ କରିଥିଲେ।। ଥାନା ସମ୍ମୁଖରେ ଚାପା ଉତ୍ତେଜନା ଦେଖା ଦେଇଥିଲା।   

   Related Posts