Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ବନ୍ଦରକୁ ବିରୋଧ, ଭାରତୀୟ ନୌସେନା ଏବଂ ପୋଲିସକୁ ଅଟକ ରଖି ପ୍ରତିବାଦ କଲେ ସ୍ଥାନୀୟ ଲୋକେ

1/12/2021 at 9:37 PM

ଭୋଗରାଇ, ୦୧/୧୨: ପୁଣି ବନ୍ଦର ବିରୋଧରେ ତେଜିଲା ଆନ୍ଦୋଳନ। ଆଜି ଅପରାହ୍ନ ଘଟିକା ସମୟରେ ବାଲିଆପାଳ ବ୍ଲକ ଚଉମୁଖ ଠାରେ ହେବାକୁ ଥିବା ପ୍ରସ୍ତାବିତ ବନ୍ଦର ପାଇଁ ଆସିଥିବା ଭାରତୀୟ ନୌସେନା ଏବଂ ପ୍ଲାଟୁନ ପୋଲିସକୁ ବଡ଼ ଗୁମଟି ଛକ ଠାରେ ଅଟକ ରଖି ପ୍ରତିବାଦ କଲେ ସ୍ଥାନୀୟ ଶତାଧିକ ମହିଳା ଓ ପୁରୁଷ। ଭିଟାମାଟି ସୁରକ୍ଷା କମିଟିର ଆବାହକ ଅରୁଣ ଜେନାଙ୍କ ନେତୃତ୍ୱରେ ଶତାଧିକ ଲୋକେ ଏକ ପ୍ରଜାମେଳି କରିଥିଲେ।

ପ୍ରସ୍ତାବିତ ବାଲିଆପାଳ ଚଉମୁଖ ଠାରେ ହେବାକୁ ଥିବା ସୁବର୍ଣ୍ଣରେଖା ନଦୀଭିତ୍ତିକ ବୃହତ ବନ୍ଦର ଓ ବନ୍ଦର ସଂଲଗ୍ନ ଆନୁସଙ୍ଗିକ ପ୍ରକଳ୍ପ ଆଦି କଙ୍କଡାପାଳ ମୁହାଣ ଠାରୁ ହସକରା ମୁହାଣ ଯାଏ ସ୍ଥାନ ନିର୍ଦ୍ଧାରଣ ହୋଇଛି । ୧୫ ରୁ ୨୦ କିଲୋମିଟର ବ୍ୟାପି ଉର୍ବର ଚାଷଜମି, ବାଲିଆଡିଆ, ସ୍ଥିତିବାନ ସମ୍ପତ୍ତି, ଅନାବାଦୀ, ଗ୍ରାମ୍ୟ ଜଙ୍ଗଲ, ଇତ୍ୟାଦି ବନ୍ଦର ଗର୍ଭରେ ଲୀନ ହୋଇଯିବ । ଧାନ, ମୀନ, କାଜୁ, ଗୁଆ, ଚିନା ବାଦାମ, ନଡ଼ିଆ, ସଜନା, ସପେତା, ଆଳୁ, ରତ୍ନ ଗୁଡିକ ନଷ୍ଟ ହେବା ସହିତ ବହୁ ଲୋକ ହଇରାଣ ହରକତ ହେବେ ବନ୍ଦର ହେବା ଫଳରେ ୩୦ ରୁ ୪୦ ହଜାର ଲୋକ ଭିଟାମାଟି, ଚାଷଜମି ହରାଇ ଦାଣ୍ଡର ଭିକାରୀ ହୋଇଯିବେ ।

ତେବେ ଜନସଂଖ୍ୟା ଦୃଷ୍ଟିରୁ ମାନ୍ୟବର ସୁପ୍ରିମକୋର୍ଟ ୨୦୧୩ ମସିହାରେ ଜଙ୍ଗଲ ଓ ଉର୍ବର ଚାଷ ଜମିକୁ ନଷ୍ଟ ନକରିବାକୁ ଭାରତ ସରକାରଙ୍କୁ ସତର୍କ କରାଇଥିବା ବେଳେ ଯୋଜନା ଓ ବିକାଶ ନାମରେ ବିସ୍ଥାପନ ଓ ଲୋକଙ୍କ ଜୀବିକାକୁ ଧ୍ବଂସ କରିବାର ବିଷମ ପରିଣାମକୁ ସରକାର ଗମ୍ଭୀର ଭାବେ ବିଚାର କରି ଭବିଷ୍ୟତ ପାଇଁ ନିଷ୍ପତି ନିଅନ୍ତୁ ବୋଲି ବୁଦ୍ଧିଜୀବୀ ମତ ରଖିଥିଲେ।

   Related Posts