Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ମୋରମ ଚାଲାଣକୁ ବିରୋଧ କରିବାରୁ ଗ୍ରାମବାସୀଙ୍କୁ ମାଡ଼ ଅଭିଯୋଗ

15/04/2021 at 10:57 PM

ନୀଳଗିରି,୧୫/୪: ନୀଳଗିରି ତହସିଲ ଅଧିନ ଭଉଁରୀଆବାଡ଼ ପଞ୍ଚାୟତ କୁମୁଡ଼ିହା ଗ୍ରାମରେ ମୋରମ ଚାଲାଣକୁ ନେଇ ବିରୋଧ ଓ ପରେ ଆକ୍ରମଣ ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ କୁମୁଡିହା ଅଞ୍ଚଳର ଜୈନିକ ବ୍ୟକ୍ତି ତାଙ୍କର ନିଜସ୍ୱ ଜାଗାରେ ପୋଖରୀ ଖୋଳିବା ପରେ ମୋରମ ବହାରିଥିଲା । ଏହାପରେ ଷ୍ଟାକ ମୋରମକୁ ରାଜସ୍ଵ ବିଭାଗ ରୟାଲଟି ଧାର୍ଯ୍ୟ କରିଥିଲା । ପରେ ମୋରମ ବାହାରକୁ ଚାଲାଣକୁ ନେଇ ଆରମ୍ଭ ହୋଇଛି ଗାଁରେ ତୁମ୍ବିତୋଫାନ । ସରକାରୀ ସ୍ଥାନ (ପଡିଆ) ଦେଇ ମୋରମ ଚାଲାଣ ହେଉଥିବାରୁ ଗ୍ରାମବାସୀ ବିରୋଧ କରିଛନ୍ତି । ପଡିଆ ଖରାପ ହେଉଥିବାରୁ ଏହାକୁ ବିରୋଧ କିରଥିଲେ ଗ୍ରାମବାସୀ ।

ହେଲେ କିଛି ଗାଡି ମାଲିକ ଓ ସପକ୍ଷବାଦୀ ମାନେ ଗ୍ରାମାବାସୀଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ଗୁଣ୍ଡା ଲଗାଇ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିବା ମଧ୍ୟ କୁହାଯାଇଛି । ସେହିପରି ଗ୍ରାମବାସୀ ମାନେ ଆକ୍ରମଣର ପ୍ରତିବାଦ କରିବାରୁ ଘଟଣା ସ୍ଥଳ ରଣକ୍ଷେତ୍ର ପାଲିଟିଥିବା ଦେଖାଯାଇଛି । ଗାଁର ଶଙ୍କରୀ ବେୱା, ଦୁତି ସିଂ, ତୁଳସୀ ସିଂ, ବର୍ଷା ସିଂ, କୁନି ସିଂ, ସୁମିତ୍ରା ସିଂ, ମିନା ସିଂ, ସବିତା ସିଂ, ମିତାଲି ସିଂ, ବାସନ୍ତୀ ସିଂ, ତୁଳସୀ ସିଂ, ଗୀତା ସିଂ, ଆରତୀ ସିଂ, ସୁଭଦ୍ରା ପାତ୍ର, ବସୁଧା ସିଂ, ସ୍ୱାଗତିକା ସିଂ ଅନ୍ୟମାନେ ଆସି ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କୁ ଭେଟି ସମସ୍ତ ଘଟଣା ବିଷୟରେ ଅବଗତ କରିଥିଲେ ।

ମୋରମ ତଡା ଓ ଚାଲାଣକୁ ନେଇ ବିଧାୟକ ଓ କିଛି ଗ୍ରାମବାସୀ ନୀଳଗିରି ତହସିଲଦାରଙ୍କୁ ଭେଟିଥିଲେ । ପରେ ଘଟଣାକୁ ନେଇ ଗ୍ରାମବାସୀ ମାନେ ନୀଳଗିରି ଥାନାକୁ ଯାଇ ଘଟଣା ବିଷୟରେ ଅଭିଯୋଗ କରିବେ ବୋଲି ଜଣାପଡିଛି । ଏନେଇ ଗାଁରେ ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଟି ହୋଇଛି।

   Related Posts