ମନରେଗା ଯୋଜନାରେ ହେର୍‌ଫେର୍‌ ଅଭିଯୋଗ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

Published By : Prameya-News7 Bureau | July 15, 2021 IST

ସୁନ୍ଦରଗଡ଼, ୧୫/୦୭:  ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ ମେଘଡେଗା ପଞ୍ଚାୟତରେ ଦୁର୍ନୀତି  ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟକୁ ତାଲା ମାରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡ଼ିଛି । ମନରେଗା ଯୋଜନାରେ ହେର୍‌ଫେର୍‌ କରାଯାଇଥିବା ଲୋକେ ଅଭିଯୋଗ ଆଣିଛନ୍ତି ।

ଏହି ପଞ୍ଚାୟତରେ ମନରେଗା ଯୋଜନାରେ ଦୁର୍ନୀତି ଓ ହିତାଧିକାରୀଙ୍କୁ କାମ ଦିଆଯାଉ ନଥିବା  ଗାଁ ସାଥୀ, ଜିଆରଏସ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ଦୁର୍ନୀତିର ଅଭିଯୋଗ କରିବା ସହ ପଞ୍ଚାୟତ କାର୍ଯ୍ୟାଳୟକୁ ତାଲା ପକାଇ ଦେଇଛନ୍ତି ଗ୍ରାମବାସୀ । ଏହା ସହ ଦୁର୍ନୀତିର ସଠିକ୍ ତଦନ୍ତ କରାଯାଉ ଏବଂ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.