Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ମାଳି ପର୍ବତରୁ ଖଣି ଖନନକୁ ଗ୍ରାମବାସୀଙ୍କ ବିରୋଧ, ଜନ ଶୁଣାଣି ବେଳେ ଭଙ୍ଗାରୁଜା

22/09/2021 at 4:20 PM

କୋରାପୁଟ ୨୨।୯: କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ୍ ମାଳି ପର୍ବତରୁ ଖଣି ଖନନ ଯୋଗୁଁ ପରିବେଶ ପ୍ରଦ୍ୟୁଷଣ ବିଭାଗର ଜନ ଶୁଣାଣି । ଜନ ଶୁଣାଣି ବେଳେ ପ୍ରବଳ ଉତ୍ତେଜନା । ବରୋଧୀ ଗୋଷ୍ଠୀ ପକ୍ଷରୁ ଖଣ୍ଡା, କାତି ଧରି ଧସେଇ ପଶିଲେ ଲୋକେ । ଚେୟାର ଟେବୁଲ ଭାଙ୍ଗିଲେ ଖଣି ଖନନ ବିରୋଧୀ ଗୋଷ୍ଠୀ । ସେମିଳିଗୁଡା ଥାନା କଙ୍କଡାଆମ୍ବଠାରେ ହେଉଥିଲା ଜନ ଶୁଣାଣି । ଜନ ଶୁଣାଣିକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନର କଡା ସୁରକ୍ଷା ବ୍ୟବସ୍ଥା କରିଥିଲେ ବି ବିରୋଧୀ ଗୋଷ୍ଠୀଙ୍କ ଆତଙ୍କରାଜ ।

କୋରାପୁଟ ଜିଲ୍ଲା  ସେମିଳିଗୁଡା ଥାନା ମାଳି ପର୍ବତରୁ ବକ୍ସାଇଟ୍ ଖନନ ଯୋଗୁଁ ପରିବେଶ ସଂକ୍ରାନ୍ତୀୟ ଜନ ଶୁଣାଣି ଚାଲିଥିଲା । ରଣକ୍ଷେତ୍ର ପାଲଟିଲା ଜନ ଶୁଣାଣି କେନ୍ଦ୍ର । ମାଳି ପର୍ବତରୁ ଖଣି ଉତ୍ତୋଳନ ବେଳେ ୧୮ଟି ଗ୍ରାମପଞ୍ଚାୟତରୁ ଆସିଥିବା ୭୦ ଗ୍ରାମବାସୀ ତୁମୁଳକାଣ୍ଡ ଭିଆଇଛନ୍ତି । ସଭା ଚାଲିଥିବାବେଳେ ହିଣ୍ଡାଲକୋ କମ୍ପାନୀର ବରିଷ୍ଠ ଅଧିକାରୀ, କୋରାପୁଟ ଏଡିଏମ, କୋରାପୁଟ ଉପଜିଲ୍ଲାପାଳ, ମୈତ୍ରୀ କମ୍ପାନୀର ବରିଷ୍ଠ କର୍ମଚାରୀଙ୍କୁ ମାଡ଼ ମରାଯାଇଥିବା ଜଣାପଡିଛି । ହିଣ୍ଡାଲକୋ କମ୍ପାନୀ ବରିଷ୍ଠ ଅଧିକାରୀ ଗୁରୁତର ହୋଇ ସେମିଳିଗୁଡା ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଏବେ ବି ୧୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

   Related Posts