ବିଦ୍ୟୁତ ସଂଯୋଗ କାମକୁ ବିରୋଧ, ପୋଲିସ-ଗ୍ରାମବାସୀ ମୁହାଁମୁହିଁ

Published By : Prameya-News7 Bureau | June 17, 2021 IST

ସାନଖେମୁଣ୍ଡି ୧୭।୬: ଗଞ୍ଜାମ ଜିଲ୍ଲା ଆସିକା ଦେଇ ଦିଗପହଣ୍ଡିକୁ ଟଣା ଯାଉଥିବା ୧୩୨ କେ.ଭି. ଲାଇନର କାମ ପ୍ରାୟ ୯୦ ପ୍ରତିଶତ ଶେଷ ହୋଇଯାଇଥିବା ବେଳେ ବଳକା କାମ ପାଇଁ କେ.ରାମଚନ୍ଦ୍ରପୁରଠାରେ ୪ଟି ସ୍ପାନ କାମକୁ ଗ୍ରାମବାସୀ ବିରୋଧୀ କରିଛନ୍ତି । ଏହା ଫଳରେ ଉକ୍ତ କାମ ସମାପନ ଦିଗରେ ବାଧା ସୃଷ୍ଟି ହୋଇଛି । ପ୍ରଶାସନ ବ୍ୟାପକ ପୋଲିସ ମୁତୟନ କରି କାମ ଆରମ୍ଭ କରିବା ବେଳେ ଗ୍ରାମବାସୀଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ପରିସ୍ଥିତି ଅଣାୟତ୍ତ ହେବାର ସମ୍ଭାବନା ଥିବାରୁ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ବରେ ଦୁ୨ଇ SDPO, ବିଭିନ୍ନ ଥାନାର ୧୦ ଅଫିସର ଏବଂ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇ କାମ ଆରମ୍ଭ କରାଯାଉଛି । ଘଟଣାସ୍ଥଳରେ OPTCL ର DGM ଦିଲ୍ଲୀପ କୁମାର ମହାନ୍ତି କାମ ତଦାରଖ କରୁଛନ୍ତି । ପରିସ୍ଥିତି ଉପରେ ତୀକ୍ଷ୍ନ ନଜର ରଖାଯାଇଛି ।

{"id":467421,"sizeSlug":"large","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ, ପାଖାପାଖି ୨୫ କୋଟି ଟଙ୍କା ବ୍ୟୟବରାଦରେ ୧୩୨ ଏମଭି ଲାଇନ୍ ଆସିକାରୁ ଦିଗପହଣ୍ଡି ଅଞ୍ଚଳକୁ ଯାଉଛି । ଏହା ଆସିକା, ବ୍ରହ୍ମପୁର, ଦିଗପହଣ୍ଡି ଭଳି ପ୍ରମୁଖ ସହରାଞ୍ଚଳ ସହ ଗଜପତି ଜିଲ୍ଲାର ଅନେକ ବ୍ଲକରେ ନିରବଛିନ୍ନ ଭାବେ ବିଦ୍ୟୁତ ସରବରାହ ବିନା ବାଧାରେ ଓ ସମସ୍ୟା ବିହୀନ ଉପଲବ୍ଧ ପାଇବେ । ଏଥିପାଇଁ ଏହାକୁ ଅଧିକ ଗୁରୁତ୍ବ ଦେଇ ଉକ୍ତ କାମ ସମାପନ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପରିସ୍ଥିତିକୁ ନଜରରେ ରଖି  ବ୍ୟାପକ ପୋଲିସ ମୁତୟନ କରାଯିବା ନେଇ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ ପକ୍ଷରୁ ଏନେଇ ଏକ ଜରୁରୀ ବୈଠକ ଅୟୋଜନ କରାଯାଇଛି । ସାମୁହିକ ନିଷ୍ପତ୍ତି ନିଆଯିବ ଆଉ କ୍ଷତିପୂରଣ ଭରଣା ପାଇଁ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବୁ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.