Friday, May 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିନା ଜମି ଅଧିଗ୍ରହଣରେ ବିଜୁ ଏକ୍ସପ୍ରେସ ୱେର ରାସ୍ତା ନିର୍ମାଣକୁ ବିରୋଧ

କଳାହାଣ୍ଡି ୧୬|୫: କଳାହାଣ୍ଡି ଜିଲ୍ଲା ଗୋତମୁଣ୍ଡା ଗାଁରେ  ବିନା ଜମି ଅଧିଗ୍ରହଣରେ ବିଜୁ ଏକ୍ସପ୍ରେସ ୱେର  ରାସ୍ତା ନିର୍ମାଣକୁ ବିରୋଧ। ବିନା କ୍ଷତିପୂରଣରେ ଠିକାଦାରର ରାସ୍ତା ନିର୍ମାଣକୁ ବିରୋଧ କରି କାଠ ବାଡ ଦେଇ ରାସ୍ତା ଅବରୋଧ କରିଛନ୍ତି କ୍ଷତିଗ୍ରସ୍ତ ପରିବାର। ବିଜୁ ଏକ୍ସପ୍ରେସ ୱେରେ ଉପେନ୍ଦ୍ର ବାଗଙ୍କ ୧ ଏକର ୨ ଡିସିମିଲ ଜମିରେ ବିନା କ୍ଷତିପୂରଣରେ କୋକସରା ବ୍ଲକ ଗୋତମୁଣ୍ଡା ଦେଇ ୪ ଥାକିଆ ରାସ୍ତା ନିର୍ମାଣ କରାଯାଉଛି। ଏହାକୁ ବିରୋଧ କରି ଉପେନ୍ଦ୍ର ପୁର୍ତ୍ତ ବିଭାଗକୁ ବାରମ୍ବାର ଜଣାଇଥିଲେ। 

ପୁର୍ତ୍ତବିଭାଗ ମଧ୍ୟ  ଜମି କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇ ଆସୁଥିଲେ। ହେଲେ  ଏଯାଏ କ୍ଷତିପୂ ରଣ ନମିଳିବାରୁ  କାଠ ବାଡ ଦେଇ ରାସ୍ତା ଅବରୋଧ କରିଛନ୍ତି  କ୍ଷତିଗ୍ରସ୍ତ ପରିବାର। ଜମି ହରାଉଥିବା  ପରିବାର ଅନୁସୂଚିତ ଜାତିର ହେଉଥିବାରୁ ଜମି ହସ୍ତାନ୍ତର ପାଇଁ ଉପଜିଲ୍ଲାପାଳଙ୍କ ଅନୁମତି ଆବଶ୍ୟକ।  ଅନୁମତି ହୋଇଯାଇଥିବା କୁହାଯାଇଥିବାବେଳେ ବର୍ତ୍ତମାନସୁଦ୍ଧା ଉପେନ୍ଦ୍ରଙ୍କୁ ମିଳିନି କ୍ଷତିପୂରଣ। ଏପଟେ ରାସ୍ତାନିର୍ମାଣ କାମରେ ଅବରୋଧ ପାଇଁ ପୋଲିସର ଆଶ୍ରୟ ନେଇଛନ୍ତି ଠିକାଦାର।

66 Views

   ସମ୍ବନ୍ଧିତ ଖବର