ଥାନା ଆଗରେ ଗ୍ରାମବାସୀଙ୍କ ଧାରଣା : Bigstory Followup
25/06/2018 at 8:32 AM

ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ସମ୍ମୁଖରେ ବୋଦସା ଗ୍ରାମବାସୀଙ୍କ ଧାରଣା ଦେଇଛନ୍ତି । ମନ୍ଦିର ପ୍ରସଙ୍ଗକୁ ନେଇ ସମସ୍ୟା ଉପୁଜିଛି । ମନ୍ଦିର ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଥାନା ଅଧିକାରୀ ଗୋଟିଏ ଗୋଷ୍ଠୀର କିଛି ବ୍ୟକ୍ତି ଓ ପୂର୍ବତନ ସରପଂଚକୁ ଅଟକ ରଖିଥିଲେ ।ସେହି ଗୋଷ୍ଠୀର ହଜାର ହଜାର ସମର୍ଥକ ବର୍ତମାନ ଧାରଣାରେ ବସିଛନ୍ତି । ଗିରଫ ବ୍ୟକ୍ତି ଏବଂ ଅଟକଙ୍କୁ ଖଲାସ ଦାବିରେ ଗତକାଲି ରାତିରୁ ହଜାରରୁ ଅଧିକ ସଂଖ୍ୟକ ଗ୍ରାମବାସୀ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି । ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ିବା ଆଶଙ୍କାରେ ଥାନା ପରିସରକୁ ଯାଇ ଉତ୍ତ୍ୟାକ୍ତ ଲୋକଙ୍କୁ ବୁଝା ସୁଝା କରିଥିଲେ ବରିଷ୍ଠ ଅଧିକାରୀ ।
ତେବେ ନିଜ ଜିଦରେ ଅଟଳ ଅଛନ୍ତି ଗ୍ରାମାବାସୀ । ଘଟଣାସ୍ଥଳରେ ବ୍ୟାପ ପୋଲିସ ମଧ୍ୟ ମୁତୟନ ରଖାଯାଇଛି । ଗତ କିଛି ଦିନ ତଳେ ଖଣ୍ଡପଡ଼ା ଥାନା ବୋଦସା ଗାଁରେ ମନ୍ଦିର ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଜଣେ ଗୋଷ୍ଠିର ଯୁବକଙ୍କୁ ଅନ୍ୟ ଗୋଷ୍ଠୀର ଯୁବକମାନେ ମାରପିଟ କରିଥିଲେ । ଘଟଣା ନେଇ ଥାନାରେ ମାମଲା ରୁଜୁ ହେବା ପରେ ସ୍ଥିତି ଆହୁରି ବିଗିଡ଼ି ଯାଇଥିଲା । ଗତ ୧୬ ତାରିଖ ଦିନ ଗୋଟିଏ ଗୋଷ୍ଠିର ଶତାଧିକ ଲୋକ ଏକାଠି ହୋଇ ଅନ୍ୟ ଗୋଷ୍ଠିର ପ୍ରାୟ ୨୮ରୁ ଅଧିକ ଘର ଭାଙ୍ଗି ଦେଇଥିଲେ । ଯେଉଁ ଘଟଣାକୁ ନେଇ ଗତକାଲି ପୂର୍ବତନ ସରପଞ୍ଚଙ୍କ ସମେତ ୧୫ରୁ ଅଧିକ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ । ସେମାନଙ୍କୁ ଖଲାସ କରିବା ଦାବିରେ ଗ୍ରାମବାସୀ ଥାନା ଆଗରେ ଧାରଣା ଦେଇଛନ୍ତି।