ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଅକାଳ ବିୟୋଗରେ ଝୁରୁଛି ଜନ୍ମମାଟି

Published By : Prameya-News7 Bureau | June 19, 2021 IST

ନୀଳଗିରି ୧୯।୬: କରୋନା ସହ ଲଢି ଲଢି ଶେଷ ନିସ୍ବାସ ତ୍ୟାଗ କରିଛନ୍ତି ରାଜ୍ୟ ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ । ଦେବାଶିଷ ପାଣିଗ୍ରାହୀଙ୍କ ଅକାଳ ବିୟୋଗରେ ତାଙ୍କୁ  ଝୁରୁଛି ଜନ୍ମମାଟି ନୀଳଗିରି ।

{"id":468367,"sizeSlug":"large","linkDestination":"none"}

ବାଲେଶ୍ଵର ଜିଲ୍ଲା ନୀଳଗିରି କଚେରୀ ଛକଠାରେ ୧୯୬୫ ମସିହାରେ ଜନ୍ମ ଗ୍ରହଣ କରିଥିବା ବୃନ୍ଦାବନ ପାଣିଗ୍ରାହୀ ଓ ସୌଦାମିନୀଙ୍କ ଔରସରୁ ଜନ୍ମ ହୋଇଥିବା ଦେବାଶିଷ ପାଣିଗ୍ରାହୀ ଜଣେ ମେଧାବୀ ଛାତ୍ର ଥିଲେ । ତାଙ୍କର ପିଲାଦିନରୁ ଖେଳ ସହ ସଙ୍ଗୀତ ପ୍ରତି ଦୁର୍ବଳତା ଥିଲା । ସାନଅତା ପ୍ରାଥମିକ ବିଦ୍ୟାଳୟରେ ପାଠପଢିବା ପରେ କେ.ସି. ହାଇସ୍କୁଲର ଜଣେ ମେଧାବୀ ଛାତ୍ର ଥିଲେ । ପରେ ଫକୀରମୋହନ କଲେଜରେ ପାଠ ପଢିଥିଲେ । ଆଇପିଏସ ଭାବେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ହୋଇଥିଲେ ଦେବାଶିଷ ପାଣିଗ୍ରାହୀ । ଭିଜିଲାନ୍ସ ଡିଜି ଭାବେ କାର୍ଯ୍ୟରତ ମଧ୍ୟ ଥିଲେ । ହେଲେ ପିଲାଦିନର ସାଙ୍ଗ ଓ ଅଞ୍ଚଳବାସୀଙ୍କୁ ସେ କେବେ ଭୁଲି ନଥିଲେ । ସବୁବେଳେ ଫୋନ୍ ମାଧ୍ୟମରେ ସେ ସମସ୍ତଙ୍କ ସୁଖ ଦୁଃଖ ବୁଝୁଥିଲେ ।

{"id":468368,"sizeSlug":"large","linkDestination":"none"}

କୋଭିଡ୍ ରେ ଆକ୍ରାନ୍ତ ହେବା ପରେ ଶନିବାର ତାଙ୍କର ଅକାଳ ବିୟୋଗ ଘଟିଛି । ତାଙ୍କ ପରଲୋକରେ ନୀଳଗିରି ଅଞ୍ଚଳ ସ୍ତବ୍ଧ ହୋଇଯାଇଛି । ସାଙ୍ଗସାଥୀ ଓ ଅଞ୍ଚଳବାସୀ ତାଙ୍କୁ ଝୁରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.