ଜୀବନ୍ତ କ୍ଷପଣାସ୍ତ୍ରରେ ଘର କରି ରହୁଛନ୍ତି ଲୋକେ, ସାମାନ୍ୟ ଅଘଟଣରେ ଘଟିପାରେ ସର୍ବନାଶ, ଜାଣନ୍ତୁ କେଉଁଠି

Published By : Prameya-News7 Bureau | July 28, 2019 IST

ପରିସ୍ଥିତି ଓ ପରିବେଶ ମଣିଷକୁ ବିବଶ କରିଥାଏ। ଏମିତି ଏକ ପରିସ୍ଥିତିରେ ଲୋକେ ଗତ ୩୦ ବର୍ଷରି ଊର୍ଦ୍ଧ୍ବକାଳ ହେଲା ମୃତ୍ୟୁକୁ ନିଜ ସହ ବାନ୍ଧି ରଖିଛନ୍ତି। ବଲ୍ଲା ବାଉଁଶ କିଣି ଘର କରିବା ବଦଳେ ଲୋକେ ଜୀବନ୍ତ କ୍ଷପଣାସ୍ତ୍ରରେ ଘର କରି ରହୁଛନ୍ତି। ଯଦି ସାମାନ୍ୟ ଅଘଟଣ ଘଟେ ତେବେ କେବଳ ସେହି ଘରକି ପରିବାର ନୁହେଁ ସାରା ଦେଶ ଧ୍ୱଂସସ୍ତୁପରେ ପରିଣତ ହେବାର ଭୟରହିଛି। ଏ ନେଇ ସରକାରଙ୍କୁ ସୂଚିତ କରାଯିବା ପରେ ଲୋକଙ୍କୁ ଏବେ ସଚେତନ କରାଯାଉଛି। 

{"id":138304}

ଆଫଗାନିସ୍ତାନର କ୍ୱଜଲାବାଦ ଗାଁର ଲୋକେ ଗତ ୩୦ ବର୍ଷ ହେଲା ମୃତ୍ୟୁର କୋଳରେ ଘର କରି ରହିଛନ୍ତି। ଗାଁରେ ଲୋକଙ୍କ ଘରର ଛାତ କେତେକ କ୍ଷେତ୍ରରେ କାନ୍ଥ ବି ମାରାତ୍ମକ କ୍ଷପଣାସ୍ତ୍ରରେ ତିଆରି ହୋଇଥିବା ଦେଖିବାକୁ ମିଳିଛି। ଆଫଗାନ ମୁଜାହିଦ୍ଦିନଙ୍କ ସହ ସୋଭିଏତ ସୈନ୍ୟଙ୍କର ଦୀର୍ଘ ବର୍ଷ ଧରି ସଂଗ୍ରାମଲାଗି ରହିଥିଲା। ମୁଜାହିଦ୍ଦିନମାନେ ଉଭୟ ସୋଭିଏତ ଓ ଆଫଗାନ ସରକାରଙ୍କୁ ନାକେଦମ କରିରଖିଥିଲେ। ଏଣୁ ସେମାନଙ୍କ ମୁକାବିଲା ଲାଗି ସୋଭିଏତ ସଂଘ ଆଫଗାନିସ୍ତାନରେ ସେନା ମୁତୟନ କରିଥିଲା।

{"id":138305}

୧୯୮୯ ମସିହାରେ ଶୋଭିଏତ ସଂଘ ଏଠାରୁ ଓହରି ଯାଇଥିଲା। ତେବେ ସୈନିକମାନେ ଭାରି କ୍ଷପଣାସ୍ତ୍ରଗୁଡିକୁ ସାଙ୍ଗରେ ନ ନେଇ ସେହିଠାରେ ଛାଡି ଚାଲିଯାଇଥିଲେ। ସେତେବେଳେ ସ୍ଥାନୀୟ ଅଞ୍ଚଳର ଲୋକେ ଦୀର୍ଘ ଯୁଦ୍ଧ ଯୋଗୁ ଦୟନିୟ ହୋଇପଡିଥିଲେ। ଏପରିକି ସେମାନଙ୍କର ରହିବା ଲାଗି ଘରଟିଏ ବି ନଥିଲା। ଏଥିରେ ସୋଭିଏତ ସୈନିକମାନେ ଛାଡି ଯାଇଥିବା ଅସ୍ତ୍ରଶସ୍ତ୍ରକୁ ନିଜ କାମରେ ଲଗାଇ ଦେଇଥିଲେ ଲୋକେ। ଏଥିରେ କେତେକ ଲୋକ ଜୀବନ୍ତ କ୍ଷପଣାସ୍ତ୍ରନେଇ ଘରର କାନ୍ଥ ଉପରେ ଧାଡି କରି ରଖି ତା ଉପରେ ମାଟି ଲିପି ଛାତ ପକାଇ ଦେଇଛନ୍ତି ତ କେଉଁଠି ନାଳ ଉପରେ ପାରି ପୋଲ କରି ଯାତାୟାତ ହେଉଛନ୍ତି।  ଏବେ ଲୋକେ ସଚେତନ ହେଲେଣି। ସେମାନେ ମୃତ୍ୟୁକୁ କୋଳେଇ ରଖିଥିବା ଜାଣିବା ପରେ ଅତ୍ୟନ୍ତ ସତର୍କତାର ସହ ସେଗୁଡିକୁ କାଢି ନିର୍ଜ୍ଜନ ସ୍ଥାନକୁ ନେଇ ନଷ୍ଟ କରୁଛନ୍ତି । ଏହି କ୍ରମରେ କ୍ଲଜଲାବାଦ ଗାଁର ଅନେକ ପୁରୁଣା ଘରକୁ ଏବେ ଭାଙ୍ଗିବାକୁ ପଡୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.