ଢେଙ୍କାନାଳ : ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ କରି ଜିରାଳ ଅବକାରୀ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ

Published By : Prameya-News7 Bureau | April 29, 2021 IST

ଢେଙ୍କାନାଳ ୨୯/୦୪ : ପ୍ରସ୍ତାବିତ ମଦ ଦୋକାନ ପ୍ରତିଷ୍ଠାକୁ ବିରୋଧ କରିଛନ୍ତି ଢେଙ୍କାନାଳ ଜିଲ୍ଲା ଜିରାଳ ଗ୍ରାମବାସୀ । ଏହାର ପ୍ରତିବାଦରେ ଜିରାଳ ଗ୍ରାମବାସୀ ଗୁରୁବାର ଢେଙ୍କାନାଳ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଏ ସମ୍ପର୍କରେ ଏକ ପ୍ରତିବାଦ ଓ ଦାବି ପତ୍ର ଅଧିକ୍ଷକଙ୍କୁ ପ୍ରଦାନ କରି ପ୍ରସ୍ତାବିତ ମଦ ଦୋକାନକୁ ନ କରିବା ପାଇଁ ଚେତାବନୀ ଦେଇଛନ୍ତି । ନଚେତ ଆଗାମୀ ସମୟରେ ସମସ୍ତ ଗ୍ରାମବାସୀ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇବେ ବୋଲି ଲିଖିତ ଭାବେ ଚେତାବନୀ ଦେଇଛନ୍ତି ।

wp:gallery {"ids":[446244],"linkTo":"none"} /wp:gallery

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଗାଁରେ ଆଉ ଏକ ବିଦେଶୀ ମଦ ଦୋକାନ ଖୋଲାଯିବା ପାଇଁ ମସୁଧା ଚାଲିଛି । ଏହି ପ୍ରସ୍ତାବିତ ମଦ ଦୋକାନ ପାଖରେ ସ୍କୁଲ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଗ୍ରାମର ସଭାଗୃହ ପ୍ରାଣୀ ଚିକିତ୍ସାଳୟ ଓ ଗ୍ରାମ୍ୟ ବ୍ୟାଙ୍କ ପରି ଅନୁଷ୍ଠାନ ରହିଛି । ମଦ ଦୋକାନ ହେଲେ ମଦ୍ୟପଙ୍କ ଉପଦ୍ରବ ରେ ସମସ୍ତେ ଅସୁରକ୍ଷିତ ହୋଇପଡିବେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସୁତରାଂ ପ୍ରସ୍ତାବିତ ଜାଗାରେ ମଦ ଦୋକାନକୁ ବାତିଲ କରି ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.