Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୋକୁଆ ଭୟ : ଦଶ ଦିନ ମଧ୍ୟରେ ଗୋଟିଏ ଗାଁରେ ୪ଜଣଙ୍କ ମୃତ୍ୟୁ, ଗାଁରେ ଚାଲିଲା ଗୁଣିଗାରେଡି, ବଳି ଓ ପୂଜାର୍ଚ୍ଚନା… ଭୟରେ ଥରହର ସମସ୍ତେ, ଦେଖନ୍ତୁ ଏକ୍ସକ୍ଲୁସିଭ ରିପୋର୍ଟ

28/08/2019 at 4:22 PM

ବୌଦ୍ଧ (ଉଦିତ ନାଗ) ୨୮|୮: ଦଶ  ଦିନ ମଧ୍ୟରେ ଗୋଟିଏ ଗାଁରେ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଏବେ ବିଛଣାରେ  ।ତବେ ଏହା ଦୁଷ୍ଟଶକ୍ତିର ପ୍ରଭାବ ବୋଲି ଗାଁରେ ଏବେ ଗୁଣିଗାରେଡି ଓ ପୂଜାର୍ଚ୍ଚନା ଚାଲିଛି । ଗ୍ରାମ ଦେବୀଙ୍କୁ ଖୁସି କରିବା ପାଇଁ କୁକୁଡା, ପାରା ବଳି ମଧ୍ୟ ଦିଆଯାଉଛି । ଏପରିକି ମୃତ୍ୟୁ ଆତଙ୍କରେ ଲୋକେ ଗାଁ ମଧ୍ୟ ଛାଡୁଛନ୍ତି  ଦେଖନ୍ତୁ ନ୍ୟୁଜ ସଭେନର ଏସ୍କକ୍ଲୁସିଭ ରିପୋର୍ଟ…।

ରୋଗ ଜଣା ପଡୁନି,  ଲୋକ ମରିଯାଉଛନ୍ତି,ଗାଁରେ କାନ୍ଦବୋବାଳିବି ପଡିଛି, ଆଉ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ପୁଣି ଗାଁକୁ ଡାକ୍ତର ଆସୁ ନାହାନ୍ତି ଆଉ ଏସବୁ ଦେଖି କୁଣିଆବି ଗାଁକୁ ଆସିବାକୁ ଡରୁଛନ୍ତି । ସେଥିପାଇଁ ନିଆଯାଇଛି  ଗୁଣିଗାରେଡି ଆଉ ବଳିର ସାହାରା। ଏ କେଉଁ ସିନେମାର କାହାଣୀ ନୁହେଁ ଆମେ କହୁଛୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ  ପଂଚାୟତର ଲୁଣ୍ଡୁରୁଝୋରୀ ଗାଁର କଥା।

ଦେଖନ୍ତୁ ଇଏ ହେଉଛି ସେଇ ଗାଁ ଯେଉଁଠି ଅକାଳ ମୃତ୍ୟୁର କୋକୁଆ ଭୟ ସୃଷ୍ଟି କରିଛି। ୭୫ପରିବାରର ପାଖାପାଖି ୩ଶହ ଲୋକ ବସବାସ କରୁଥିବା ଏଗାଁ ଲୋକ ଡାକ୍ତର ଉପରୁ ଆସ୍ଥା ତୁଟାଇ ଏବେ ଏମାନଙ୍କ  ଉପରେ ଭରସା କରିଛନ୍ତି।

ଦେଖନ୍ତୁ ହାତରେ କୁକୁଡା ଧରି ଦିଶାରି ଚାଲିଛନ୍ତି, ମୂଷଳ ବର୍ଷା ପରେ ଗ୍ରାମ ଦେବତୀଙ୍କୁ ସନ୍ତୁଷ୍ଟ କରାଯିବ।ଆଉ ଏ ହେଉଛି ସେଇବେଳର ଦୃଶ୍ୟ।ସେଇ ଅଜଣା ରୋଗର ଶିକାର ହୋଇଥିବା ଜଣେ ଯୁବତୀଙ୍କୁ ବସାଇ ଚାଲିଛି ପୂଜା।ସବୁ ରୋଗ ଦୂର ହେବକହି ଗାଁ ଲୋକଙ୍କ ଆଗରେ କେମିତି ଚାଲିଛି ଝଡା ଫୁଙ୍କା ଆପଣବି ଦେଖି ନିଅନ୍ତୁ

ଲୁଣ୍ଡୁରୁଝୋରୀ ଗାଁର ରାକାଡ, କୁରପାଙ୍ଗୀ, ମାଝି ସାହି ଆଦି ପଡାରେ ସରସ୍ବତୀ ଦେହୁରୀ, ଲକ୍ଷ୍ମୀ ମାଝୀ, ବନିତା ନାଏକ ଓ ମିନତୀ ବହେରାଙ୍କ ଅକାଳ ମୃତ୍ୟୁ ପରେ ଗାଁରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।ପାହାଡ ପାରି ହୋଇ୧୫ କିଲୋମିଟରପରେ ଡାକ୍ତରଖାନା ଲୋକଙ୍କ କହିବା ଅନୁସାରେ ମୃତ୍ୟୁ ମୁଖରେ ପଡୁଥିବା ଲୋକଙ୍କୁ ହଠାତ ଜ୍ବର ଆରମ୍ଭ ହେବା ପରେ ପରେ ଅବସ୍ଥା ସାଙ୍ଘାତିକ ହୋଇ ସଙ୍ଗେ ସଙ୍ଗେ ମୃତୁୟ ମୁଖରେ ପଡୁଛନ୍ତି। ଡାକ୍ତରଖାନାରେ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ ଡାକ୍ତରଙ୍କ ଦେଖା ମିଳୁନଥିବା ଅଭିଯୋଗ ହୋଇଥିବା ବେଳେ ଜିଲାପାଳ ମଧ୍ୟ କ୍ୟାମେରା ଆଗରେ ମୁହଁ ଖୋଲିଲେନି

ନା ଲୋକେ ସଚେତନ ହେଉଛନ୍ତି ନା ଏଭଳି ସମୟରେ ସ୍ଥାନୀୟ ଜନ ପ୍ରତିନିଧୀଙ୍କ  ଉଦ୍ୟମ ରହୁଛି ନା ଡାକ୍ତରଖାନା କର୍ତ୍ତୁପକ୍ସ୍ହ ଏଭଳି ଜରୁରୀ ସମୟରେ ନିଜର ଦାୟିତ୍ୱ ନିଭାଉଛନ୍ତି ।ସମସ୍ତଙ୍କ ଭୁଲ ପାଇଁ ଲୋକଙ୍କ ଜୀବନ ଚାଲିଯାଉଛି।ଜିଲାପାଳ କ୍ୟାମେରା ଆଗରେ ମୁହଁ ନଖୋଲନ୍ତୁ ଠିକ ଅଛି ତେବେ ଗାଁ ଲୋକଙ୍କୁ ଅନ୍ଧ ବିଶ୍ୱାସରୁ ମୁକ୍ତି ଦେଇ ଖୁବ ଶିଘ୍ର ପଦକ୍ସ୍ହେପ ନେବା ଦରକାର।

   Related Posts