Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ନିଜ ହକ୍ ପାଇଁ ଲଢ଼େଇ, ବନ ବିଭାଗର ଚକ୍ରାନ୍ତ ବୁଝିପାରିଲେ ଆଦିବାସୀ ଲୋକେ: ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କଲେ ଗ୍ରାମବାସୀ

2/11/2020 at 5:56 PM

ଝାରସୁଗୁଡା୨/୧୧: ନିଜ ହକ୍ ପାଇଁ ଲଢ଼େଇ ଜାରି ରଖିଛନ୍ତି ଆଦିବାସୀ ଲୋକେ। ଏ ନେଇ ଗୁରୁବାର ଲୈକେରା ବ୍ଲକ ପାଣ୍ଡେରମାଲ ଗାଁର ଆଦିବାସୀ ଲୋକେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଜଙ୍ଗଲ ଅଧିକାର ଆଇନ୍ ୨୦୧୩  ଅନୁସାରେ ୨୦୦୫ ମସିହା ସୁଦ୍ଧା ଜଙ୍ଗଲ ଜମିରେ ନିଜର ହକ ଜମାଇ ଆସିଥିବା ଆଦିବାସୀଙ୍କୁ ଜମିର ପଟ୍ଟା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ପାଣ୍ଡେରମାଲରେ ଜଙ୍ଗଲ ଜମିରେ ନିଜ ଅଧିକାର ପାଇଁ ଲଢେଇ କରିବାକୁ ଆଗେଇ ଆସିଛନ୍ତି ସ୍ଥାନୀୟ ଅଧିବାସୀ।

ପାଣ୍ଡେରମାଲ ଗାଁର ଜଙ୍ଗଲ ଜମିରେ ନିଜ ପୁର୍ବପୁରୁଷରୁ ରହି ଆସିବା ସହ ସେଠାରେ ଚାଷ କାର୍ଯ୍ୟ କରି ବଞ୍ଚୁଥିବା ଆଦିବାସୀଙ୍କୁ ଜମିରୁ ବାହାର କରିବାକୁ ବନ ବିଭାଗ ପକ୍ଷରୁ ଚକ୍ରାନ୍ତ କରାଯାଉଥିବା ଅଭିଯୋଗ ହୋଇଛି। ସେହି ଜମିରେ ବୃକ୍ଷରୋପଣ କରି ଦିଆଯାଉଥିବା ବେଳେ ସ୍ଥାନୀୟ ଅଧିବାସୀଙ୍କୁ ଜମି ଛାଡି ଚାଲିବାକୁ ଧମକ ଦେଇଛି ବନ ବିଭାଗ।

ଏହାର ପ୍ରତିବାଦରେ ଆଜି ଲୋକମୁକ୍ତି ସଂଗଠନ ନେତୃତ୍ବରେ ଆଦିବାସୀମାନେ ଜିଲ୍ଲାପାଲଙ୍କୁ ଭେଟି ସେମାନଙ୍କୁ ଜମି ଫେରାଇବା ସହ ଜଙ୍ଗଲ ଜମିର ଅଧିକାର ପତ୍ର ପ୍ରଦାନ କରିବାକୁ ଦାବି କରିଛନ୍ତି |

   Related Posts