Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ସ୍କୁଲରୁ କମ୍ପ୍ୟୁଟର ଚୋରି କରି ନେଇଥିଲା ଚାେର, ଧରା ପଡିବା ପୂର୍ବର ଥୋଇ ଦେଇଗଲା, ତଥାପି ଧରିବାକୁ ଏସପି ଅଫିସ ଧାଇଁଲେ ଗ୍ରାମବାସୀ

3/11/2021 at 6:50 PM

ବଲାଙ୍ଗିର, ୩।୧୧: ସ୍କୁଲରୁ କମ୍ପ୍ୟୁଟର, ପାଣି ମଟର ଆଦି ଚୋରି ହୋଇଥିଲା । ସେ ସମ୍ପର୍କରେ ପ୍ରଧାନଶିକ୍ଷକ ଥାନାରେ ଅଭିଯୋଗ କରିବା ପରେ ଚୋରି ସାମଗ୍ରୀକୁ ଚୋର ଆଣି ସ୍କୁଲରେ ରଖିଦେଇଛି । ସାମଗ୍ରୀ ସିନା ମିଳିଗଲା ହେଲେ ଚୋରକୁ ଧରିବାକୁ ଗ୍ରାମବାସୀ ଆଜି ଏସପିଙ୍କୁ ଭେଟିଛନ୍ତି । ଏପରି ଏକ ହାସ୍ୟାସ୍ପଦ ଘଟଣା ପୁଇଁତଳା ଥାନା ପିପିରଡା ଗାଁରେ ଘଟିଛି ।

ଅଭିଯୋଗ ଅନୁସାରେ, ରାକ୍ସିମୁଣ୍ଡା ନୋଡାଲ ସ୍କୁଲରେ ଗତ ୨୨ତାରିଖ ରାତିରେ କେତେଜଣ ଦୁର୍ବୃତ୍ତ ତାଲା କାଟି ୭ଟି କମ୍ପ୍ୟୁଟର, ପାଣି ମଟର ଆଦି ଚୋରେଇ ନେଇଥିଲା। ଏ ସମ୍ପର୍କରେ ପ୍ରଧାନଶିକ୍ଷକ ବିନୋଦ ପାଣିଗ୍ରାହୀ ୨୩ ତାରିଖରେ ପୁଇଁତଳା ଥାନାରେ ଅଭିଯୋଗ କରିଥିଲେ । ପରେ ଚୋର ଚୋରି ସାମଗ୍ରୀ ଆଣି ସ୍କୁଲ ବାରଣ୍ଡାରେ ରଖିଦେଇଥିବା ଜଣାପଡ଼ିଥିଲା।। ତେବେ କିଏ ଚୋରି କରିଥିଲା ତାକୁ ଶିଘ୍ର ଧରିବାକୁ ଆଜି  ଗ୍ରାମର ମହିଳା ଏବଂ ପୁରୁଷ ଏସପି ଅଫିସରେ ପହଞ୍ଚି ଦାବି କରିଥିଲେ ।

   Related Posts