Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ପ୍ରେମିକାଙ୍କ ଘରକୁ ଲୁଚି ଲୁଚି ଯାଇ ଧରାପଡିଲେ ପ୍ରେମିକ, ଗ୍ରାମବାସୀ କରାଇଦେଲେ ବାହାଘର

13/09/2019 at 10:29 AM

ସୋର ୧୩।୯: ଫେସବୁକ୍ ପ୍ରେମରୁ ବାହାଘର । ପୁଣି ରାତାରାତି ବାହାଘର । କେବଳ ସେତିକି ନୁହେଁ ରାତି ଅନ୍ଧାରରେ ପ୍ରେମିକା ଘରକୁ ଲୁଚି ଲୁଚି ଆସିବା ବେଳେ ଧରା ପଡି ବିବାହ ବନ୍ଧନରେ ବାନ୍ଧି ହୋଇଗଲେ ପ୍ରେମିକ ।

ବାଲେଶ୍ବର ଜିଲା ସୋର ମଣିପୁର ଗ୍ରାମପଞ୍ଚାୟତ ଗୁଲୁଣିଆ ଗାଁର ଘଟଣା । ଏହି ଗାଁର ସୁରେନ୍ଦ୍ର ବେହେରାଙ୍କ ଝିଅକୁ ବାବୁପାଟଣା ଗାଁର ଯୁଧିଷ୍ଠିର ବେହେରାଙ୍କ ପୁଅ ବୈକୁଣ୍ଠ ପ୍ରେମ କରୁଥିଲେ । ଏହି ପ୍ରେମ ଆରମ୍ଭ ହୋଇତିବା ଫେସବୁକରୁ । ଫେସବୁକରୁ ଫୋନ ଦିଆନିଆରୁ ପରସ୍ପରକୁ ଭଲପାଇ ବସିଥିଲେ ଦୁଇ ଜଣ ।

ଗତକାଲି ପରିବାର ଲୋକେ ନଥିବାରୁ ଝିଅ ସହ ଦେଖାକରିବାକୁ ଆସିଥିଲେ ସୁରେନ୍ଦ୍ର । ଘର ଭିତରେ ଥିବା ଅବସ୍ଥାରେ ଗାଁର କିଛି ଲୋକଙ୍କ ହାବୁଡ଼ରେ ପଡି ଯାଇଥିଲେ । ପରେ ଗାଁ ଲୋକେ ଝିଅର ମାଆକୁ ଡାକି ଥିଲେ  । ଏହାପରେ ବିଳମ୍ବିତ ରାତିରେ ଦୁଇ ଜଣଙ୍କ ବିବାହ କରାଇଥିଲେ । ଆଜି ଝିଅ ଓ ପୁଅଙ୍କର ରେଜିଷ୍ଟ୍ରି ମ୍ୟାରେଜ୍ କରିବାର ପ୍ରସ୍ତାବ ରହିଛି ।

   Related Posts