ସରକାରୀ କାମରେ ଘୋଟାଲା ଏବଂ କାର୍ଯ୍ୟରେ ଅବହେଳା ପ୍ରତିବାଦରେ ପିଇଓଙ୍କୁ ପଂଚାୟତ ଅଫିସରେ ତାଲା ପକାଇଲେ ଗ୍ରାମବାସୀ

Published By : Prameya-News7 Bureau | September 12, 2019 IST

ଉମରକୋଟ ୧୨।୯: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ବଡ ଟେମେରା ପଞ୍ଚାୟତ ପିଇଓ କାଳିପଦ କୀର୍ତ୍ତନିଆଙ୍କୁ ଗ୍ରାମବାସୀ ବିଭିନ୍ନ ସରକାରୀ କାମର ଘୋଟଲା ଏବଂ କାର୍ଯ୍ୟରେ ଅବହେଳା କରୁଥିବା  ପ୍ରତିବାଦରେ  ପଂଚାୟତ ଭିତରେ ରଖି  ତାଲା ପକେଇ ଦେଇଥିଲେ ।

{"id":156505}

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ଟେମେରା ଠାରେ ପଲ୍ଲିସଭା ଅନୁଷ୍ଠିତ ହେବାକୁ ଥିବା ବେଳେ ଦିନ ତମାମ ଗ୍ରାମବାସୀ ଆସି ପଂଚାୟତଠାରେ ଅପେକ୍ଷା କରିଥିଲେ ମଧ୍ୟ, ପିଇଓଙ୍କ ଦେଖା ମିଳିନଥିଲା । ଏଭଳି ପୂର୍ବରୁ ମଧ୍ୟ ପିଇଓ ଅବହେଳା କରୁଥିବାକୁ ନେଇ ଲୋକଙ୍କ ରାଗ ଉଗ୍ର ରୂପ ନେଇଥିଲା l ଶେଷରେ ଏହାର ଫଇସଲା ଦାବି କରି ପିଇଓଙ୍କୁ ପଂଚାୟତ ଭିତରେ ରଖି ତାଲା ପକେଇ ଦେଇଥିଲେ l ଲୋକଙ୍କ ଅଭିଯୋଗ ଅନୁସାରେ ଉକ୍ତ ଅଂଚଳରେ ପିଇବା ପାଣିଠାରୁ ଆରମ୍ଭ କରି କୌଣସି ବିକାଶମୂଳକ କାମ ହେଉନଥିବା, ଗ୍ରାମବାସୀଙ୍କୁ ପଲ୍ଲିସଭା ରିପୋର୍ଟ ମାଗିଲେ ଏହାକୁ ଗୁପ୍ତ ରଖୁଥିବା, ନିଜ ମନ ମୁତାବକ କାର୍ଯ୍ୟ କରୁଥିବା ଭଳି ସଂଗୀନ ଅଭିଯୋଗ ଆଣିଥିଲେ ଏଭଲିକି ୩୫ଜଣଙ୍କ ରାସନ କାର୍ଡ ନଦେଇ ପାଖରେ ରଖିଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ l

{"id":156509}

ଏହା ପୂର୍ବରୁ ଅନେକଥର ପଞ୍ଚାୟତରେ ପିଇଓଙ୍କ ଅବହେଳା କୁ ନେଇ  ଗ୍ରାମବାସୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକରେ ମଧ୍ୟ ଅଭିଯୋଗ  କରିଥିବା ପ୍ରକାଶ କରିଛନ୍ତି l ତେବେ କୌଣସି ସୁଫଳ ମିଳି ନଥିବା ବେଳେ ବାରମ୍ବାର ଅଂଚଳବାସୀଙ୍କ ପ୍ରତି ଅବହେଳା କରୁଥିବା ହେତୁ  ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି l

{"id":156507}

ତେବେ ପଞ୍ଚାୟତ ଅଫିସରେ ପିଇଓଙ୍କୁ ତାଲା ପକେଇ ରଖାଯାଇଥିବା ବେଳେ ଝରିଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରମୋଦ ନାୟକ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ଆଶ୍ବସନା ଦେବା ପରେ  ଲୋକେ ପିଇଓ ଙ୍କୁ ମୁକୁଳାଇ ଥିଲେ l ତେବେ ପ୍ରଶାସନ ଯଦି ଅଂଚଳର ସମସ୍ୟା ପ୍ରତି ଗୁରୁତ୍ବ ନଦିଅନ୍ତି ତେବେ ବାରମ୍ବାର ଏଭଳି ଆନ୍ଦୋଳନ କରାଯିବ ବୋଲି କହିଥିଲେ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.