Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଳାହାଣ୍ଡି ଲଟକାବାହାଲିରେ ଡିପିସି ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତାଲା ପକାଇଲେ ଗ୍ରାମବାସୀ

11/09/2018 at 1:53 PM

କଳାହାଣ୍ଡି ୧୧/୯: କଳାହାଣ୍ଡି ଜିଲ୍ଲା ଲଟକାବାହଲି ସ୍କୁଲରେ କଳାହାଣ୍ଡି ଡିପିସି ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତାଲା ପକାଇଲେ ଗ୍ରାମବାସୀ । ରାଜରାସ୍ତାରେ ସରକାରୀ ସ୍କୁଲ ନିୟୁଜ ସେଭେନରେ ପ୍ରସାରଣ ପରେ ଶିକ୍ଷା ବିଭାଗ ନିଜ ଦୋଷ ଲୁଚାଇବାକୁ ଯାଇ ଲଟକାବାହଲି ସ୍କୁଲର ପ୍ରଧାନ ଶିକ୍ଷକ ହରପ୍ରସାଦ ସାହାଙ୍କୁ ନିଳମ୍ବିତ କରାଯାଇଥିଲା । ଏ ନେଇ ଗାଁରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଥିଲା । ୩ ଦିନ ମଧ୍ୟରେ ନିଳମ୍ବନ ପ୍ରତ୍ୟାହାର ନ ହେଲେ ରାଜରାସ୍ତାକୁ ଓଲ୍ଲାଇବେ ବୋଲି ଚେତାବନୀ ଦେଇଥିଲେ ଗ୍ରାମବାସୀ । ଏ ନେଇ ଆଜି ଜିଲ୍ଲା ଶିକ୍ଷା ଆଧିକାରୀ ପ୍ରଦୀପ ନାଗ ଓ ଡିପିସି ଗବାକ୍ଷ ନାଏକ ସ୍କୁଲ ଲଟକାବାହାଲି ଯାଇଥିବା ବଳେ ଗାଁ କମିଟି ସ୍କୁଲରେ ତାଲା ପକାଇ ଦେଇଛନ୍ତି । ଘଟଣାସ୍ଥଳକୁ ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି ।
କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ଲଟକାବାହାଲି ପ୍ରାଥମିକ ବିଦ୍ୟାଳୟ ୨୦୧୬ ରୁ ବିଦ୍ୟାଳୟ ବିପଦ ସଂଙ୍କୁଳ ଦର୍ଶ।ଇ ସ୍କୁଲ ସ୍ଥାନାନ୍ତର ପାଇଁ ନିର୍ଦ୍ଦଶେ ଜାରୀ କରାଯାଇଥିଲା । ଏହା ପରେ ସ୍ଲୁଲ ଗାଁର ଏକ ଇନ୍ଦିରା ଆବାସ ଘରେ ପ୍ରାୟ ଏକ ବର୍ଷ ଚାଲିଥିବା ବେଳେ ପରେ ଏହି ସ୍କୁଲ ଏକ ନିର୍ମ।ଣଧିନ ଘରେ ଚାଲୁ ରହିଥିଲା । କିନ୍ତୁ ଗତ ୩୧ ତାରିଖ ଦିନ ଗୃହ ମାଲିକ ଘର ଛାଡିବାକୁ ବାଧ୍ୟ କରିବା ପରେ ଗାଁ ଦାଣ୍ଡରେ ସ୍ଲୁଲ ଚାଲିଥିଲା । ଏହି ଖବର ନିୟୁଜ ସେଭେନରେ ଗତ ୪ ତାରିଖରେ ପ୍ରସାରଣ ପରେ ଶିକ୍ଷା ବିଭାଗ ପ୍ରଧାନ ଶିକ୍ଷକଙ୍କୁ ନିଳମ୍ବିତ କରି ସ୍କୁଲକୁ ଫଟକାମାଲ ସ୍ଥାନାନ୍ତର କରିଥିଲା । ଯାହାକୁ ନେଇ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି ।

   Related Posts