ଶିକ୍ଷକ ଆସିନଥିବାରୁ ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

Published By : Prameya-News7 Bureau | November 14, 2019 IST

ପାଟଣା ୧୪।୧୧: କେନ୍ଦୁଝର ଜିଲ୍ଲା ପାଟଣା  ବ୍ଲକ ଶ୍ୟାମସୁନ୍ଦରପୁର ପ୍ରାଥମିକ ବିଦ୍ୟାଳୟକୁ ଠିକ୍ ସମୟରେ ଶିକ୍ଷକ ଆସୁନଥିବା ଅଭିଯୋଗରେ   ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି ଗ୍ରାମବାସୀ ।  ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟରେ  ଶିକ୍ଷକ ଉପସ୍ଥିତ ରହି ଶିକ୍ଷାଦାନ କରିବା ସହିତ କାର୍ଯ୍ୟରେ ଅବହେଳା କରିଥିବା ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

{"id":183872,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆଜି ବିଦ୍ୟାଳୟରେ ଶିଶୁ ଦିବସ ପାଳନ ପାଇଁ ସମସ୍ତ ଛାତ୍ର ଛାତ୍ରୀଙ୍କୁ ସକାଳୁ ଆସିବାକୁ ବିଦ୍ୟାଳୟ ତରଫରୁ କୁହାଯାଇଥିଲା  । ଛାତ୍ରଛାତ୍ରୀ ମାନେ ସକାଳୁ ବିଦ୍ୟାଳୟ ଆସିଥିଲେ ମଧ୍ୟ ପ୍ରଧାନ ଶିକ୍ଷକ ଓ  କୌଣସି ଶିକ୍ଷକ ଆସିନଥିବାରୁ ଦେଖି ଗ୍ରାମବାସୀମାନେ ବିଦ୍ୟାଳୟର ଫାଟକରେ ତାଲା ପକାଇ ଛନ୍ତି।

{"id":183873,"sizeSlug":"large"}

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାଶରଥି ମହାନ୍ତ ଆସିନଥିବା ଖବର ପାଇ ସହକାରୀ ଶିକ୍ଷକ କୃପାସିନ୍ଧୁ ମହାନ୍ତ ବିଦ୍ୟାଳୟରେ ପହଞ୍ଚିଥିଲେ , କିନ୍ତୁ ଫାଟକରେ ତାଲା ପଡିଥିବାରୁ ଫାଟକ ସମୁଖରେ  ଅଟକି ଯାଇଥିଲେ ।  ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟରେ  ଶିକ୍ଷକ ଉପସ୍ଥିତ ରହି ଶିକ୍ଷାଦାନ କରିବାକୁ ଗ୍ରାମବାସୀମାନେ ଦାବି କରିବା  ସହିତ କାର୍ଯ୍ୟରେ ଅବହେଳା କରିଥିବା ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.