Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଡାକ୍ତରଙ୍କ ବଦଳି ଦାବିରେ ଡାକ୍ତରଖାନାରେ ତାଲା ପକାଇଲେ ଗ୍ରାମବାସୀ

9/10/2020 at 4:37 PM

ଝାରସୁଗୁଡା ୯।୧୦: ଡାକ୍ତରଖାନାରେ ତାଲା ପକାଇଲେ ଗ୍ରାମବାସୀ । ଝାରସୁଗୁଡା ସଦର ବ୍ଲକ ଅନ୍ତର୍ଗତ ରାଜପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କ୍ରମାଗତ ଭାବେ ଡାକ୍ତର ନିଯୁକ୍ତିରେ ଅବହେଳା ପ୍ରଦର୍ଶନ କାରାଯାଉଥିବା ଓ ନିଯୁକ୍ତି ପରେ ଲୋକଙ୍କ ପ୍ରିୟ ହୋଇପାରିଥିବା ଡାକ୍ତରଙ୍କୁ ଡେପୁଟେସନରେ ଅନ୍ୟତ୍ର ପଠାଇ ଦିଆଯିବା ଆଦିର ପ୍ରତିବାଦ କରିଛନ୍ତି । ଆଜି ସକାଳୁ ରାଜପୁର ପଞ୍ଚାୟତର ଲୋକେ କୋଭିଡ କଟକଣାକୁ ଭ୍ରୁକ୍ଷେପ ନ କରି ଡାକ୍ତରଖାନାରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

କରୋନା ସମୟରେ ଜିଲ୍ଲାର ରହିଥିବା ବିଭିନ୍ନ ଡାକ୍ତରଖାନାରେ ରୋଗୀ ସେବା ଠିକ୍ ଭାବେ ହେଉ ନଥିବା ଅଭିଯୋଗ ହେଉଥିବା ବେଳେ ରାଜପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ରାଜପୁର, ଗୌଡମାଲ, ଚାନ୍ଦିନିମାଲ ଓ ଲୁଇସିଂ ପଞ୍ଚାୟତର ଲୋକେ ନିର୍ଭର କରିଥାନ୍ତି । ଦୀର୍ଘଦିନ ଏଠାରେ ଡାକ୍ତର ପଦବୀ ଖାଲି ରହିବା ପରେ ଜଣେ ସ୍ତ୍ରୀ ଓ ପ୍ରସୂତୀ ରୋଗ ଡାକ୍ତର ସନ୍ତୋଷ ପାଣିଗ୍ରାହୀଙ୍କୁ ନିଯୁକ୍ତି ଦିଆଯାଇଥିଲା ।

ନିଯୁକ୍ତି ପାଇବା ପରେ ଭଲ ରୋଗୀ ସେବା କରି ପ୍ରଶଂସା ସାଉଁଟି ଥିବା ଡାକ୍ତର ସନ୍ତୋଷ ପାଣିଗ୍ରାହୀଙ୍କୁ ଡେପୁଟେସନରେ ପଠାଇ ଦିଆଯାଇଛି । ଏହାପରେ ଏଠାରେ ଡାକ୍ତର ପଦ ଖାଲି ହେବାରୁ ରୋଗୀ ସେବା ପାଇବାରୁ ବଞ୍ଚିତ ହେବା ପ୍ରତିବାଦରେ ଆଜି ଦଳମତ ନିର୍ବିଶେଷରେ ରାଜପୁର ପଞ୍ଚାୟତର ଲୋକେ ଡାକ୍ତରଖାନାରେ ତାଲା ପକାଇ ସେମାନଙ୍କ ଦାବି ଶୀଘ୍ର ପୂରଣ ନହେଲେ ରାଜରାସ୍ତାରେ ଲଢେଇ ହେବ ବୋଲି ଧମକ ଦେଇ ଡାକ୍ତରଖାନା ସମ୍ମୁଖରେ ଧାରଣାରେ ବସିଛନ୍ତି ।

   Related Posts