Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ପିଲା ଚୋର ସନ୍ଦେହରେ ଯୁବକଙ୍କୁ ଅଟକ ରଖିଲେ ଗ୍ରାମବାସୀ

17/05/2021 at 6:25 PM

ଦାରିଙ୍ଗବାଡ଼ି, ୧୭/୫: ପିଲା ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ କମିଟି ଘରେ ଗ୍ରାମବାସୀ ଗତକାଲି ଅଟକ ରଖିଥିବା ଜଣାପଡିଛି। ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ମୁଣ୍ଡୁଲାବାଲି ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ରବିବାର ରାତିରୁ ଗାଁ କମିଟି ଘରେ ସନ୍ଦିଗ୍ଧକୁ ଅଟକ ରଖି ସୋମବାର ସକାଳୁ ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ ।

ସନ୍ଦିଗ୍ଧ ଜଣକ ପର୍ତ୍ତମାହା ପଞ୍ଚାୟତର କଟାବାଡ଼ି ଗ୍ରାମର ମିନକେତନ ପ୍ରଧାନ ହୋଇଥିବା ଜଣାପଡ଼ିଛି । ଗତକାଲି ସନ୍ଧ୍ୟା ୯ ଟା ସମୟରେ ମିନକେତନ ମୁଣ୍ଡୁଲାବାଲି ଗ୍ରାମରେ ବୁଲୁଥିବା ସମୟରେ କିଛି ଗ୍ରାମବାସୀ କୁଆଡ଼େ ବୁଲୁଛୁ ବୋଲି ତାକୁ ପଚାରିବାରୁ ସେ ଦୌଡ଼ିବାକୁ ଲାଗିଲା । ଏହାପରେ ଗ୍ରାମବାସୀ ମିନକେତନକୁ ପିଛା କରି କାବୁ କରିବାରେ ସକ୍ଷମ ହୋଇଥିଲେ ଏବଂ ଗାଁ କମିଟି ଘରେ ତାକୁ ତାଲା ପକାଇ ରଖିଥିଲେ । ଏହାପରେ ଘଟଣା ସମ୍ପର୍କରେ ଦାରିଙ୍ଗବାଡ଼ି ପୋଲିସକୁ ଖବର ଦେଇଥିଲେ ।

ସୋମବାର ସକାଳୁ ଏସଆଇ ସୌମ୍ୟରଞ୍ଜନ ଜେନା ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇ ଅଧିକ ପଚରାଉଚରା କରୁଛି । ଅନ୍ୟପଟେ ମିନକେତନ ନାମରେ ପୂର୍ବରୁ କଟାବାଡି ଗ୍ରାମର ଗୋଟେ ଛୋଟ ପିଲାକୁ ହତ୍ୟା କରିବା ମାମଲା ଥିବାରୁ ପୋଲିସ୍ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏବେ କିଛିଦିନ ପୂର୍ବରୁ ସେ ଜାମିନରେ ଆସିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି ।

   Related Posts