ଗାଁ ଦାଣ୍ଡରେ ଯୁବକଙ୍କୁ ଜୋତାରେ ମାଡ : ଜୋତାମାଳ ପିନ୍ଧାଇବା ସହ ଭିଡିଓ ଭାଇରାଲ କଲେ ଗ୍ରାମବାସୀ
5/11/2019 at 1:24 PM

ମହକାଳପଡା ୦୫।୧୧ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଜଣେ ଯୁବକଙ୍କୁ ଗାଁ ଲୋକେ ବିଚାର କରି ସର୍ବ ସମ୍ମୁଖରେ ଜୋତାରେ ପିଟିବା ସହ ଜୋତାମାଳ ପିନ୍ଧାଇବାର ଭିଡିଓ ଭାଇରାଲ ହୋଇଛି ।

ସୂଚନାଯୋଗ୍ୟ ଯେ, – କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ଥାନା ଅଧିନ ଉତରଜମ୍ବୁ ଗାଁରେ ସଂମ୍ପୃକ୍ତ ଯୁବକ ସେହି ଗ୍ରାମର ରବିବାର ଦିନ ବିଳମ୍ବିତ ରାତିରେ କାଳିଆ ମଣ୍ଡଳ ଘରେ ନଥିବା ସମୟରେ ତାଙ୍କ ଘରର କବାଟ ବାଡେଇବା ପରେ ଘର ଝରକା ବାଡେଇ ଭାଙ୍ଗି ଘର ଭିତରକୁ ପସିବାକୁ ଉଦ୍ୟମ କରିଥିଲେ । କିନ୍ତୁ କାଳିଆଙ୍କ ପତ୍ନୀ ଚିତ୍କାର କରିବା ଦ୍ବାରା ଘଟଣାସ୍ଥଳରୁ ଯୁବକ ଚମ୍ପଟ ମାରିଥିଲେ । ପୁଣି ସୋମବାର ଯୁବକ ଜଣଙ୍କ ମେଡିସିନ ଦେବା ବାହାନାରେ ଯିବା ସମୟରେ ଉକ୍ତ ମହିଳା ଓ ସ୍ଥାନିୟଲୋକେ ଯୁବକକୁ ଅଟକାଇ ରଖିଥିଲେ । ତାପରେ ଗାଁ ଲୋକଙ୍କ ଉପସ୍ଥିତିରେ ବିଚାର କରି ସର୍ବ ସମ୍ମୁଖରେ ଜୋତାରେ ପିଟିବା ସହ ଜୋତାମାଳ ପିନ୍ଧାଇଥିଲେ । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି । ତେବେ ଏଟି ପ୍ରଶ୍ନ ଉଠେ ଆଇନକୁ ହାତ ମୁଠାକୁ ନେବା କେତେ ଯୁକ୍ତି ଯୁକ୍ତ । ଏହି ଘଟଣା ବିଷୟରେ ଥାନାରେ ଏପର୍ଯ୍ୟନ୍ତ ଅଭିଯୋଗ ହୋଇନାହିଁ । ଘଟଣାରେ ଉଭୟ ପକ୍ଷ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।