ବୃଦ୍ଧଙ୍କୁ ପିଟି ପିଟି ହତ୍ୟା : ବଳଦ କିଣାବିକାକୁ ନେଇ ହତ୍ୟା ଅଭିଯୋଗ

Published By : Prameya-News7 Bureau | July 27, 2019 IST

ପାଟଣା ୨୭|୭:  ବଳଦ ପାଇଁ ବୃଦ୍ଧଙ୍କୁ ପିଟିପିଟି ମାରିଦେଲେ ଲୋକେ । କେନ୍ଦୁଝର ଜିଲ୍ଲା ପାଟଣା ଥାନା ଫୁଲପାହାଡି ସାହି ଭାଲୁଘରା ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ସାହିର କାଦେ ମାଝୀ । ଗାଁର କିଛି ଲୋକ ପିଟିପିଟି ମାରିଦେଇଥିବା ତାଙ୍କ ପୁଅ ଫାଗୁ ମାଝୀ ଅଭିଯୋଗ କରିଛନ୍ତି ।

{"id":137804}

ସୂଚନାଯୋଗ୍ୟ ଯେ, ଗାଁର ଜଣେ ବ୍ୟକ୍ତିଙ୍କ ବଳଦକୁ ନେଇ ବିକ୍ରି କରିଦେଇଥିଲେ ସାହିର କାଦେ । ଏକଥା ଜଣାପଡିବା ପରେ ଗୁରୁବାର ରାତିରେ ଗ୍ରାମସଭା ବସିଥିଲା । ଗ୍ରାମସଭାରେ କାଦେଙ୍କୁ ୧୬ ହଜାର ଟଙ୍କା ଦିଆଯିବାକୁ କୁହାଯାଇଥିଲା । ହେଲେ ସେ ୮ ହଜାର ଟଙ୍କା ଦେଇଥିଲେ । ଏଥିରେ ଅସନ୍ତୁଷ୍ଟ ହୋଇ ଗାଁ ଲୋକ ତାଙ୍କୁ ପିଟିପିଟି ହତ୍ୟା କରିବା ପରେ ଘର ପାଖରେ ପକାଇ ଚାଲିଯାଇଥିଲେ ପରିବାରଲୋକେ ଅଭିଯୋଗ କରିଛନ୍ତି । ସକାଳୁ ଘର ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ଛାନଭିନ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.