Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଅମାନବୀୟ : ଜାଲରେ ପଡିଥିବା କୁମ୍ଭୀରକୁ ଗଛରେ ଟାଙ୍ଗି ଉଠାଇଲେ ସେଲ୍‌ଫି, ମାରି ଖାଇଗଲେ ମାଂସ

2/07/2020 at 11:05 AM

ମାଲକାନଗିରି ୨।୭: ମାଲକାନଗିରିର ଜିଲ୍ଲା ପଡିଆ ବ୍ଲକ୍ ଅନ୍ତର୍ଗତ କାଲଦାପାଲ୍ଲି ଗାଁରେ ଅଭାବନୀୟ ଘଟଣା ଘଟିଛି । ଏକ କୁମ୍ଭୀରକୁ କାଟି ତାର ମାଂସ ଖାଇଛନ୍ତି ଗ୍ରାମବାସୀ ।

ସୂଚନାଯୋଗ୍ୟ ଯେ, ମାଲକାନଗିରି-ଛତିଶଗଡ ସୀମାନ୍ତ ସାବେରି ନଦୀକୁ କାଲଦାପାଲ୍ଲି ଗାଁ ଲୋକେ ମାଛ ଧରିବାକୁ ଯାଇଥିଲେ । ମାଛ ଧରିବା ବେଳେ ଜାଲରେ ଏକ ୧୦ ଫୁଟର କୁମ୍ଭୀର ପଡିଥିଲା । ଏହାକୁ ଆଣି ଗାଁରେ ଏକ ଗଛରେ ଝୁଲାଇ ରଖିଥିଲେ ଗ୍ରାମବାସୀ । କୁମ୍ଭୀର ସହ ଦୀର୍ଘ ସମୟ ଧରି ସେଲ୍ଫି ମଧ୍ୟ ଉଠାଇଥିଲେ ।

କେବଳ ଏତିକି ନୁହେଁ, କୁମ୍ଭୀରର ନଖ କାଟିବା ପରି ଅମାନବୀୟ କାର୍ଯ୍ୟ କରିଥିଲେ । ପରେ ଗାଁ ଲୋକେ କୁମ୍ଭୀରଟିକୁ କାଟି ଖାଇଥିବା ଜଣାପଡିଛି । ତେବେ ସୋସିଆଲ ମିଡିଆରେ ଏସବୁ ଫଟୋ ଭାଇରାଲ ହୋଇଥିଲା । ଏସବୁ ଫଟୋ ବନ ବିଭାଗ ପାଖରେ ମଧ୍ୟ ପହଞ୍ଚିଥିଲା । ତେବେ ବନ ବିଭାଗର ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ ବୋଲି ଜଣାପଡିଛି ।

   Related Posts