Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

୧୬ଟି କୁକୁର ମାରିଦେଲେ ଗ୍ରାମବାସୀ

26/01/2019 at 2:07 PM

କରଞ୍ଜିଆ ୨୬|୧: କରଞ୍ଜିଆରେ ଆରମ୍ଭ ହୋଇଛି କୁକୁର ମରା ଅଭିଯାନ । ଯଶୀପୁର ଥାନା ବାଲିସୁଦୁରା ଗାଁ ଲୋକେ କୁକୁର ମରା ଅଭିଯାନ ଆରମ୍ଭ କରିଛନ୍ତି । ବର୍ତ୍ତମାନ ସୁଧା ୧୬ଟି କୁକୁରକୁ ଗାଁ ଲୋକେ ମାରି ସାରିଲେଣି ।

ଗତ ୨୧ ତାରିଖ ଦିନ ଗାଁରେ ଜଣେ ୪ବର୍ଷର ଶିଶୁକୁ କୁକୁରମାନେ ଝୁଣି ଖାଇ ଦେଇଥିଲେ । ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ବାଲିସୁଦୁରା ଗାଁର ଶର୍ମା ମହାରଣାଙ୍କ ପୁଅ ରିଙ୍କୁ ମହାରଣା ସ୍କୁଲକୁ ଯାଉଥିବା ବେଳେ ବାଟରେ ତାଙ୍କୁ କୁକୁର ପଲ ଆକ୍ରମଣ କରିଥିଲେ । ସେ ଦୌଡିବାରୁ କୁକୁର ପଲ ତାଙ୍କୁ ଗୋଡାଇ ଆକ୍ରମଣ କରିଥିଲେ । ଏକାସଙ୍ଗେ ଏତେ ସଂଖ୍ୟାରେ କୁକୁର ଆକ୍ରମଣ କରିଥିବାରୁ ନିଜକୁ ବଞ୍ଚାଇ ପାରିନଥିଲେ ରିଙ୍କୁ । ରିଙ୍କୁକୁ ଏକ ବିଲ ମଝିକୁ ଟାଣି ନେଇ ଝୁଣିପକାଇଥିଲେ କୁକୁର । ଫଳରେ ଘଟଣାସ୍ଥଳରେ ହିଁ ରିଙ୍କୁଙ୍କର ମୃତ୍ୟୁ ହୋଇଯାଇଥିଲା । ରିଙ୍କୁ ରାହାନ୍ଦ ୟୁପି ସ୍କୁଲରେ ପ୍ରଥମ ଶ୍ରେଣୀରେ ପଢୁଥିଲେ । ଏହି ଘଟଣା ପରଠାରୁ ଗ୍ରାମବାସୀମାନେ କୁକୁର ମରା ଅଭିଯାନ ଆରମ୍ଭ କରିଛନ୍ତି ।

   Related Posts