ବାଇକ ଧରି ଚମ୍ପଟ ମାରୁଥିଲା ଚୋର, ଗୋଡେଇ ଗୋଡେଇ ଧରିଲେ ଲୋକେ, ଟାଙ୍କେ ଛେଚିଲେ ପୋଲିସରେ ଦେଲେ

Published By : Prameya-News7 Bureau | July 24, 2020 IST

କେନ୍ଦୁଝର ୨୪।୦୭: ବାଇକ୍‌ ଚୋରି କରିବା ବେଳେ ଲୋକଙ୍କ ହାତରେ ଧରା ପଡିଲା ଚୋର। ଗାଁ ଲୋକେ ଚୋରକୁ ପାନେ ଦେଇ ପୋଲିସ୍‌ ଜିମାରେ ଦେଇଛନ୍ତି। ଏହି ଘଟଣା ଶୁକ୍ରବାର କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ନମ୍ବର ୨୨୦ ବାଇପାସ୍‌ ନିକଟରେ ଘଟିଛି।

ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟ ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର  ବାଇପାସ ନିକଟରୁ ଶୁକ୍ରବାର ଅପରାହ୍ନରେ ଦୁଇ ଚୋର ଜଣେ ବ୍ୟକ୍ତିଙ୍କ  ହିରୋ ଏଚଏଫ ଡିଲକ୍ସ ବାଇକକୁ ଚୋରି କରି ନେଉଥିବା ବେଳେ ଖଜୁରିଡିହା ଛକ ନିକଟରେ ଲୋକେ ଜଣେ ଚୋରକୁ ଧରି  କାବୁ କରି  ପାଟଣା ଥାନାରେ ପୋଲିସର ଜିମା ଦେଇଛନ୍ତି। ଧରା ପଡିଥିବା ବାଇକ ଚୋର  କରଞ୍ଜିଆ ଥାନା ଭଅଁରା ଗ୍ରାମର ହେମନ୍ତ ଧଳ ବୋଲି ଜଣା ପଡ଼ିଛି। ଚୋରକୁ ପାଟଣା ପୋଲିସ ଅଟକ ରଖି ତଦନ୍ତ ଚଲାଇଛି।

ସୂଚନା  ଅନୁଯାୟୀ କପୁଣ୍ଡି ପଞ୍ଚାୟତ ଧାନବେଣୀ ଗ୍ରାମର  ଅଭିମନ୍ୟୁ ମହାନ୍ତ ପାଟଣା  ମୁଖ୍ୟାଳୟ ସ୍ଥିତ ବାଇପାସ ରେ ନିଜ ବାଇକ ରଖି ଦେଇ ପାୱାରଟିଲରରେ ବିଲରେ ହଳ କରୁଥିବା ବେଳେ ଦୁଇ ଚୋର ଏକ ସ୍କୁଟିରେ ଆସି ଅଭିମନ୍ୟୁଙ୍କ ବାଇକକୁ କରଞ୍ଜିଆ ଆଡ଼କୁ ଧରି ପଳାଉ ଥିବା ବେଳେ ଅଭିମନ୍ୟୁଙ୍କ ଭାଇ  ସ୍ଥାନୀୟ ଲୋକଙ୍କ ସହ ମିଶି ବାଇକର ପିଛା କରି ଚୋରଙ୍କୁ ଖଜୁରିଡିହା ଛକ ନିକଟରେ କାବୁ କରିଥିଲେ। ତେବେ ସ୍କୁଟିରେ ଥିବା  ହେମନ୍ତ ଧଳର ଅନ୍ୟ ଜଣେ ସହଯୋଗୀ ଫେରାର ହୋଇଯାଇଥିବା ଜଣା ପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.