ମୃତ୍ୟୁର ତାଣ୍ଡବ ରଚୁଛି କରୋନା, ଖାତିର ନକରି ବାଦୁଡି ଗୁମ୍ଫାରେ ପଶିଲେ ଗ୍ରାମବାସୀ
16/03/2020 at 9:49 PM

ବ୍ୟାଙ୍ଗକକ ୧୬।୦୩: ଏହି ସମୟରେ ସାରା ବିଶ୍ୱ କରୋନା ଭାଇରସର ଆତଙ୍କରେ ଥରହର ହେଉଛି। ଏହି ମାରାତ୍ମକ ଭାଇରସ ଏବେ ସୁଦ୍ଧା ପ୍ରାୟ ୬ହଜାର ଲୋକଙ୍କ ଜୀବନ ନେଲାଣି। ଦେଢ ଲକ୍ଷରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି। କିନ୍ତୁ ଏହାକୁ ବେଖାତିର କରି ଥାଇଲାଣ୍ଡର ଏକ ଗ୍ରାମର କିଛି ଲୋକ ବାଦୁଡି ରହୁଥିବା ଏକ ଗୁମ୍ଫାରେ ପ୍ରବେଶ କରିଛନ୍ତି। ସେମାନେ ବାଦୁଡିଙ୍କ ମଳ ଏକାଠି କରିବାରେ ଲାଗିଛିନ୍ତି।

ବାଦୁଡି ଦ୍ୱାରା କରୋନା ବ୍ୟାପିଥିବା ବୈଜ୍ଞାନିକମାନେ ସନ୍ଦେହ କରୁଛନ୍ତି। କିନ୍ତୁ ଥାଇଲାଣ୍ଡର ଏକ ଗ୍ରାମରେ ପୋଷକ ତତ୍ୱରେ ଭରପୁର ଥିବାରୁ କିଛି ଲୋକ ବାଦୁଡି ରହୁଥିବା ଅନ୍ଧାର ଗୁମ୍ଫା ମଧ୍ୟରେ ପ୍ରବେଶ କରିଛନ୍ତି। ଯାହାକୁ ନେଇ ସେଠାରେ କରୋନା ବ୍ୟାପିବା ନେଇ ଆଶଙ୍କା କରାଯାଉଛି।

ଗ୍ରାମବାସୀମାନେ ବୈଜ୍ଞାନିକଙ୍କ କଥାକୁ ଭୃକ୍ଷେପ ନକରି ଏପରି କରିଛନ୍ତି। ଏହି ବାଦୁଡିଙ୍କ ଶରୀରେ କରୋନା ଭାଇରସ ଥିବା ନେଇ ସନ୍ଦେହ କରାଯାଉଛି। ଗତବର୍ଷ ଚୀନରେ ଏହି ଇାଇରସର ସ୍ରୋତ ବାଦୁଡି ବୋଲି କୁହାଯାଇଥିଲା। ଏହି ଭାଇରସ ବାଦୁଡିଙ୍କଠାରୁ ଅନ୍ୟ ପଶୁପକ୍ଷୀଙ୍କ ମାଧ୍ୟମରେ ସଂକ୍ରମିତ ହୋଇଥିବା ଡାକ୍ତରମାନେ ଅନୁମାନ କରିଥିଲେ।ତେବେ ଥାଇଲାଣ୍ଡର ପଶ୍ଚିମ ପ୍ରାନ୍ତର ରତ୍ୟବୁରୀ ଗୁମ୍ଫାରେ ପ୍ରବେଶ କରିଥିବା ଲୋକେ ଏଥିପାଇଁ ଚିନ୍ତିତ ନଥିବା କହିଛନ୍ତି।