Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଗ୍ରାମବାସୀଙ୍କ ଶେଷ ନିଷ୍ପତ୍ତି: ‘ସରକାର ଆମ ଦାବି ପୂରଣ ନ କଲେ, ଆମେ ଛତିଶଗଡ଼ ରାଜ୍ୟରେ ମିଶିଯିବୁ’

26/10/2020 at 11:03 PM

ବରଗଡ଼୨୬/୧୦: ପୋଲ ତିଆରି ନ ହେଲେ ଛତିଶଗଡ଼ରେ ମିଶିବେ ଓଡିଶାର ଗ୍ରାମବାସୀ। ଏମିତି ଚେତାବନୀ ଦେଇଛନ୍ତି ନଦୀ ସେପଟେ ରହୁଥିବା ଓଡିଶାର ଗ୍ରାମବାସୀ। ସ୍ଥାନୀୟ ଲୋକଙ୍କ ବାରମ୍ବାର ଦାବି ପରେ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ପାଇକମାଲ ବ୍ଲକ ଚରଦାପାଲିରେ ନିକଟରେ ଥିବା ଅଙ୍ଗ ନଦୀରେ ପୋଲଟିଏ ନିର୍ମାଣ ହୋଇପାରିନାହିଁ । ଯାହାଦ୍ୱାରା ଚରଦାପାଲି ବିଛିନ୍ନାଚଂଳ ଭାବରେ ପରିଗଣିତ ହେଉଛି ପାଇକମାଲ ଗ୍ରାମ ପଞ୍ଚାୟତର ଲୁହୁରାକୋଟ, ଲହଣ୍ତିପୁର, ଗୁଣ୍ତିଚାଡିହି, ଚଂଗରିଆ ଓ ଚର୍ଦାପାଲି ଗ୍ରାମର ଅଧିବାସୀ । ବିଶେଷ କରି ବର୍ଷା ଦିନେ ଛାତ୍ର ଛାତ୍ରୀ, ରୋଗୀ, ଗର୍ଭବତୀ ମହିଳା, ବୃଦ୍ଧ ବୃଦ୍ଧା ତଥା ଖାଉଟି ସାମଗ୍ରୀ ଆଣିବାରେ ବିଶେଷ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି ନଦୀ ଆରପଟେ ରହୁଥିବା ଗ୍ରାମବାସୀ ।

ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଚର୍ଦ୍ଦାପାଲି ଓଡ଼ିଶାର ହୋଇଥିଲେ ହେଁ ଗମନାଗମନର ଅସୁବିଧା ଯୋଗୁଁ ନଦୀର ଆରପଟେ ରହୁଥିବା ଉକ୍ତ ଅଞ୍ଚଳର ଜନସାଧାରଣ ଓଡିଶା ଅପେକ୍ଷା ଛତିଶଗଡ଼ ଉପରେ ବେଶି ନିର୍ଭର କରିଥାନ୍ତି। ଏଥିସହ ଏହି ରାସ୍ତାରେ ଛତିଶଗଡର ବିଭିନ୍ନ ସହରକୁ ଦୂରତା ମଧ୍ୟ କମ୍ ପଡିଥାଏ । ଅଙ୍ଗ ନଦୀରେ ପୋଲ ନିର୍ମାଣ ନେଇ ବିଭିନ୍ନ ଗଣମାଧ୍ୟମରେ ସମସ୍ୟା ସ୍ଥାନିତ ହେବା ପରେ କେତେକ ସାମାଜିକ କର୍ମୀ ମଧ୍ୟ ସରକାରଙ୍କୁ ଟ୍ବିଟ୍ ମାଧ୍ୟମରେ ମଧ୍ୟ ଜଣାଇଛନ୍ତି । ବିଗତ ପ୍ରାୟ ୮ ବର୍ଷ ହେବ ଅଙ୍ଗ ନଦୀ ଉପରେ ବିଜୁ ସେତୁ ଯୋଜନାରେ ପୋଲ ନିର୍ମାଣ ପାଇଁ ସରକାରଙ୍କ ଏକ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି ।

ଅଙ୍ଗ ନଦୀରେ ପୋଲ ନିର୍ମାଣ ଲାଗି ବିଭିନ୍ନ ସମୟରେ ଆନ୍ଦୋଳନ ମଧ୍ୟ ହୋଇସାରିଛି । ଏ ସମ୍ପର୍କରେ ଲଖମରା ହାଇସ୍କୁଲ ଠାରେ ବରଗଡ ଜିଲ୍ଲାର ଗଣ ମାଧ୍ୟମ ପ୍ରତିନିଧି ଓ ସାମାଜିକ କର୍ମୀଙ୍କ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗଦାନ କରିଥିବା ସମସ୍ତ ସାମାଜିକ କାର୍ଯ୍ୟକର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧି ପୋଲ ନିର୍ମାଣ ସପକ୍ଷରେ ମତାମତ ଦେଇଥିଲେ ।

ସାମୁହିକ ସ୍ବାର୍ଥ ଦୃଷ୍ଟିରୁ ପୋଲ ନିର୍ମାଣ ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ପୂର୍ବରୁ ଜଣାଇସାରିଛନ୍ତି। ଲଖମରା ହାଇସ୍କୁଲ ପରିସର ରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଜିଲ୍ଲାର ପଦ୍ମପୁର, ବରଗଡ଼, ପାଇକମାଲ, ଝାରବନ୍ଧ,ଗାଇସିଲେଟ,ମେଳଛାମୁଣ୍ଡା ସମେତ ଵିଭିନ୍ନ ଅଞ୍ଚଳରୁ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଦେଶ ସ୍ଵାଧିନ ହେବା ର ୭୦ ବର୍ଷ ପରେ ମଧ୍ୟ ଏ ଯାଏଁ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ଚର୍ଦ୍ଦାପାଲି ଓଡିଶା ଠାରୁ ବିଛିନ୍ନ ହୋଇ ରହିବା ଦୁର୍ଭାଗ୍ୟଜନକ ।

   Related Posts