ସାଲେପୁରରେ ପାଗଳ ଷଣ୍ଢ ଆତଙ୍କ, ଆକ୍ରମଣରେ ଆହତ ହେଲେଣି ୧୦ରୁ ଅଧିକ

Published By : Prameya-News7 Bureau | July 10, 2021 IST

ସାଲେପୁର ୧୦।୭: ମାତିଛି ପାଗଳ ଷଣ୍ଢ । ପାଗଳ ଷଣ୍ଢ ଆତଙ୍କରେ ଆତଙ୍କିତ ପୁରା ପଞ୍ଚାୟତବାସୀ ।  କିଛି ଦିନ ଭିତରେ ୧୦ରୁ ଅଧିକ ଲୋକ ଆହତ ହୋଇ ଘରେ ଚିକିତ୍ସିତ ହେଉଥିବା ବେଳେ ଶନିବାର ଜଣେ ମହିଳା ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ପାଗଳ ଷଣ୍ଢର ଆତଙ୍କ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକର ଛାଣିପୁର ପଞ୍ଚାୟତରେ ।

କିଛିଦିନ ହେବ ଏହି ପାଗଳ ଷଣ୍ଢ ଆକ୍ରମଣରେ ବହୁ ଲୋକ ଶିକାର ହେଲାଣି । କିଛି ଲୋକ ଚିକିତ୍ସା ପରେ ଘରକୁ ଫେରିଲେଣି ଆଉ କିଛି ଲୋକ ଏବେବି କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।  ପ୍ରଶାସନ ପକ୍ଷରୁ ଏହାକୁ ଧରିବା ପାଇଁ କୌଣସି ଉଦ୍ୟମ ଏପର୍ଯ୍ୟନ୍ତ କରାଯାଇନହିଁ ।  ଅନ୍ୟପଟେ ଭୟଭୀତ ଗ୍ରାମବସୀ ଷଣ୍ଢଟିକୁ ଧରି ଅନ୍ୟତ୍ର ଛାଡିବାକୁ ପ୍ରଶାସନ ପାଖରେ ଦାବି କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.