ପାଉଁଶ ଯୋଗୁଁ ବଢୁଛି ପ୍ରଦୂଷଣ, ଶହ ଶହ ପାଉଁଶ ବୋଝେଇ ଟ୍ରକ୍‌କୁ ଅଟକାଇଲେ ଗ୍ରାମବାସୀ

Published By : Prameya-News7 Bureau | July 03, 2020 IST

ଅନୁଗୋଳ ୩।୭: ଶହ ଶହ ପାଉଁଶ ବୋଝେଇ ଟ୍ରକକୁ ଅଟକାଇଲେ ଦୁମୁଦୁମା ଗ୍ରାମବାସୀ । ଗାଡିରୁ ପାଉଁଶ ରାସ୍ତାରେ ପଡିବାରୁ ପ୍ରଦୂଷଣ ବଢୁଛି ବୋଲି ଗ୍ରାମବାସୀମାନେ କହିଛନ୍ତି । ଫଳରେ ରାସ୍ତାରେ ଯାତାୟତ କରିବା ସମ୍ଭବ ହେଉନି । ପାଉଁଶ ଗାଡି ଚଳାଚଳ ବନ୍ଦ କର, ନଚେତ୍ ବିକଳ୍ପ ବ୍ୟବସ୍ଥା କର ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

{"id":295231,"sizeSlug":"large"}

ଏନଟିପିସି କଣିହାଁର ପାଉଁଶ ବୋଝେଇ ଟ୍ରକକୁ ଦୁମୁଦୁମା ଗ୍ରାମବାସୀ ଅଟକାଇବା ଯୋଗୁଁ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଶହ ଶହ ପାଉଁଶ ବୋଝେଇ ଟ୍ରକ୍ କେନ୍ଦୁଝର ଯାଉଥିବାରୁ ଗାଡିରୁ ପାଉଁଶ ସବୁ ରାସ୍ତା ଉପରେ ପଡୁଛି । ଫଳରେ ସାମାନ୍ୟ ପବନ ହେଲେ କିମ୍ବା ଛୋଟ ଗାଡି ରାସ୍ତାରେ ଗଲେ ଏହି ପାଉଁଶ ସବୁ ଉଡୁଛି । ରାସ୍ତା କଡରେ ଥିବା ଘର ଏବଂ ଯାତ୍ରୀମାନଙ୍କ ଆଖିରେ ପଡୁଛି । ଅଧିକାଂଶ ସମୟ ରାସ୍ତାରେ ଦୁର୍ଘଟଣା ମଧ୍ୟ ହେଉଛି । ଏନଟିପିସି କର୍ତ୍ତୃପକ୍ଷ ରାସ୍ତା ଉପରୁ ପାଉଁଶ ଉଠାଉ ନାହାନ୍ତି । ତେଣୁ ଏହି ରାସ୍ତାଦେଇ ପାଉଁଶ ଗାଡି ଚଳାଚଳକୁ ବିରୋଧ କରୁଛନ୍ତି ହରିହାରପୁର ପଞ୍ଚାୟତବାସୀ । ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ଫଳ ମିଳିନାହିଁ । ତେଣୁ ବାଧ୍ୟହୋଇ ଆଜି ପାଉଁଶ ବୋଝେଇ ଗାଡିଗୁଡିକୁ ଅଟକ ରଖିଛନ୍ତି ଗ୍ରାମବାସୀ । ଫଳରେ ରାସ୍ତାଉପରେ ଶହ ଶହ ଗାଡି ଅଟକି ରହିଛି । ଖବର ପାଇ ଗୋଡିବନ୍ଧ ପୋଲିସ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ବୁଝା ସୁଝା କରୁଛନ୍ତି । କିନ୍ତୁ ଲୋକମାନେ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ଜିଦରେ ଅଛନ୍ତି । ତେଣୁ ଏଠାରେ ଚାପା ଉତ୍ତେଜନା ଲାଗିରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.