ରକ୍ଷକର ମୁଖା ଖୋଲିଗଲା, ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଗ୍ରାମରକ୍ଷୀକୁ ପୋଲିସ ଜିମାଦେଲେ ଲୋକେ

Published By : Prameya-News7 Bureau | December 18, 2019 IST

ନୟାଗଡ ୧୮।୧: ରାସ୍ତାରେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଜଣେ ଗ୍ରାମରକ୍ଷୀଙ୍କୁ ମହଙ୍ଗା ପଡ଼ିଛି । ଛାତ୍ରୀଙ୍କ ମା’ ଗ୍ରାମରକ୍ଷୀଙ୍କୁ ନିର୍ଧୁମ ପିଟିବା ସହ ରାସ୍ତାରେ ଘୋଷାଡି ଘୋଷାଡି ନେଇ ଗ୍ରାମରକ୍ଷୀକୁ ପୋଲିସ ଜିମା ଦେଇଛନ୍ତି । ସ୍ଥାନୀୟଲୋକ ବି ସେମାନଙ୍କ ସହ ମିଶି ଗ୍ରାମରକ୍ଷୀଙ୍କୁ ଥାନାକୁ ନେଇଥିଲେ । ଏଭଳି ଘଟଣା ଘଟିଛି ନୟାଗଡ ଜିଲ୍ଲା ରଣପୁର ସହରରେ । ତେବେ ଆଜି ଭିଡିଓ ଭାଇରାଲ୍ ହେବାପରେ ଏହାକୁ ନେଇ ଚର୍ଚ୍ଚା ଯୋର ଧରିଛି ।

ନୟାଗଡ ଜିଲ୍ଲା ରଣପୁର ଥାନା ଅଞ୍ଚଳର ଜଣେ ଗ୍ରାମରକ୍ଷୀ ଷଷ୍ଠ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ବିଭିନ୍ନ ସମୟରେ ଅସଦାଚରଣ କରିଆସୁଥିଲେ । ଗତକାଲି ଛାତ୍ରୀଜଣଙ୍କ ସ୍କୁଲ ଯାଉଥିବା ବେଳେ ରମେଶ ଛାତ୍ରୀଙ୍କୁ ଚକୋଲେଟ୍ ଦେଇ ଅସଦାଚରଣ କରିଥିଲା ।

ଖବର ପାଇ ଛାତ୍ରୀଙ୍କ ବାପା ଏବଂ ମା’  ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ହେଲେ ପୋଲିସ ଆସିବାକୁ ବିଳମ୍ବ ହେବାରୁ  ଛାତ୍ରୀଙ୍କ ମା’ ବାପା ସଂପୃକ୍ତ ଗ୍ରାମରକ୍ଷୀଙ୍କୁ ମାଡ ମାରି ବିଚ୍ ରାସ୍ତାରେ ଘୋଷାଡି ଘୋଷାଡି ଥାନା ପର୍ଯ୍ୟନ୍ତ ନେଇଥିଲେ । ରଣପୁର ପୋଲିସ ୨୭୭/୧୯ରେ ମାମଲା ରୁଜୁ କରି ଗ୍ରାମରକ୍ଷୀକୁ ଅଟକ ରଖିଛି । ସଂପୃକ୍ତ ଗ୍ରାମରକ୍ଷୀ ପୂର୍ବରୁ ଗ୍ରାମରକ୍ଷୀ ଥିଲା ଏବେ ନାହାନ୍ତି ବୋଲି ରଣପୁର ଥାନା ଅଧିକାରୀ କହିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.