Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ପିଇବା ପାଇଁ ପାଣି ମାଗିଲେ ମିଳୁଛି ଧମକ ! ପ୍ରଶାସନ ସାଜିଛି ନିଦାବିଷ୍ଣୁ

11/04/2021 at 10:41 PM

ରାଇରଙ୍ଗପୁର ୧୨/୪: ଗ୍ରାମଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥା ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି ସରକାର। କିନ୍ତୁ ବିଭାଗୀୟ ଅଧିକାରୀ ଓ ପଂଚାୟତ ଲୋକ ପ୍ରତିନିଧିଙ୍କ ଅବହେଳା ଯୋଗୁଁ ଦୁର୍ଦଶା ଭୋଗୁଛନ୍ତିନ୍ତି ଜନଜାତି ସମ୍ପ୍ରଦାୟର ୩୦ରୁ ଉର୍ଦ୍ଧ୍ଵ ପରିବାର । ପାନୀୟ ଜଳ ମାଗିଲେ ମିଳୁଛି ଧମକ । ଏପରି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ଅଉଁଳାଯୋଡି ଗ୍ରାମପଞ୍ଚାୟତର ଖଡ଼ିଆ ସାହିରେ। ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ବହଳଦା ବ୍ଲକ ଅଁଳାଯୋଡି ଗ୍ରାମ ପଞ୍ଚାୟତର ଖଡ଼ିଆ ସାହି ।

ଏହି ଖଡ଼ିଆ ସାହିରେ ପ୍ରାୟ ୩୦ ରୁ ୩୫ ଖଡ଼ିଆ ଜନଜାତି  ପରିବାର ରୁହନ୍ତି ।ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦ୍ଵାରା ପାଇପ ଲାଇନ ଦ୍ବାରା ଜଳ ଯୋଗାଣ ବ୍ୟବସ୍ଥା ଅଛି କିନ୍ତୁ ବିଡମ୍ବନାର ବିଷୟ ଖଡ଼ିଆ ସାହିରୁ ମୁରୁମ ସାହି ,ବିକ୍ରମସାହିକୁ ଘଣ୍ଟା ଘଣ୍ଟା ଜଳ ଯୋଗାଣ ହୋଉଥିଲେ ବି ଖଡ଼ିଆ ସାହି ଲୋକଙ୍କୁ ମିଳୁନାହିଁ ପାନୀୟ ଜଳ,ମିଳୁଛି ତ କେବଳ ଧମକ। ଗ୍ରାମର  ଜଣେ ବ୍ୟକ୍ତି ଯିଏ କି ଜଳ ବଣ୍ଟନ ଦାଇତ୍ବରେ ଅଛନ୍ତି ସେ ଖଡ଼ିଆ ସାହିକୁ ଜଳ ନ ଯୋଗାଇ ମୁରୁମ ସାହିକୁ ଅତ୍ୟଧିକ ଅନୁକମ୍ପା ଦେଖାଇ ଘଣ୍ଟା ଘଣ୍ଟା ଜଳ ଯୋଗାଇ ଦେଉଥିବା ବେଳେ ଖଡ଼ିଆ ସାହି ଲୋକ କାହିଁକି ସେମାନଙ୍କୁ ପାଣି ଦିଆ ଯାଉ ନାହିଁ ଅଭିଯୋଗ କଲେ ଧମକ ଦିଆ ଯାଉଥିବା ଅଭିଯୋଗ କରିଛନ୍ତି।

ମୁରୁମସାହିକୁ ଆବଶ୍ୟକତା ଠାରୁ ଢେର ଅଧିକ ଜଳ ଯୋଗାଇ ଦିଆ ଯାଉଥିବା ବେଳେ ଖଡ଼ିଆ ସାହି ଲୋକମାନେ ପାଣିବୁନ୍ଦେ ପାଇଁ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ସାହି ରେ ଥିବା ନଳକୂପରୁ ପାଣି ବାହାରୁ ନାହିଁ, ବାଧ୍ୟ ହୋଇ ପାହାଡ଼ ତଳ ଜଙ୍ଗଲର ଏକ ଗଛ ମୂଳରେ ଗାତ ଖୋଳି ଦୂଷିତ ଜଳ ବ୍ୟବହାର କରିବାକୁ ବାଧ୍ୟ ହେଉଥିବା ବେଳେ ବିଭିନ୍ନ ରୋଗରେ ପଡୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ଦୀର୍ଘଦିନରୁ ଜଳ ସମସ୍ୟାକୁ ନେଇ ଖଡ଼ିଆ ସାହି ଲୋକେ ସରପଞ୍ଚ,ବିଭାଗୀୟ ଅଧିକାରୀ,ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ପାଇ ପାରି ନଥିବା ଅଭିଯୋଗ କରିଛନ୍ତି। ଏପରିକି ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରି ନଥିବା ଦେଖିବାକୁ ମିଳିଛି । ସେହି ପରି କୁଦର ସାହିରେ ଓଭରହେଡ ଟ୍ୟାଙ୍କ ନିର୍ମାଣର ଆଠ ବର୍ଷ ପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇନାହିଁ ।

ଗ୍ରୀଷ୍ମ ଋତୁରେ ଯେପରି କେହି ବି ପାନୀୟ ଜଳରୁ ବଂଚିତ ନ ହୁଅନ୍ତି ସେ ପାଇଁ ସରକାରଙ୍କ କଡା ନିର୍ଦେଶ ଥିଲେ ମଧ୍ୟ ଖୋଲାଖୋଲି ଏହାର ଅବମାନନା କରା ଯାଉଥିଲା ବେଳେ ବିଭାଗୀୟ ଅଧିକାରୀଙ୍କ ବେପାରୁଆ ମନୋଭାବ ଯୋଗୁ ଖଡ଼ିଆ ଜନଜାତି ସମ୍ପ୍ରଦାୟ ଲୋକଙ୍କ ସରକାରଙ୍କ ଉପରୁ ଆସ୍ଥା ଉଠିଯିବାକୁ ବସିଲାଣି । ସରକାର ଏହି ଜନଜାତିଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ କେତେ କଣ ଯୋଜନା କରିବା ସହିତ ବିପୁଳ ଅର୍ଥ ଦେଇଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା।

   Related Posts