ଗଛମୂଳେ ଲୁଚି ଅଶ୍ଲୀଳ ଭିଡିଓ ଉତ୍ତୋଳନ କରିବା ପଡ଼ିଲା ମହଙ୍ଗା, ଲଣ୍ଡା କରିଦେଲେ ଗ୍ରାମବାସୀ

Published By : Prameya-News7 Bureau | July 25, 2021 IST

ବୌଦ୍ଧ, ୨୫/୦୭: ଅଶ୍ଳୀଳ ଭିଡିଓ କରିବା ଜଣେ ଯୁବକକୁ ମହଙ୍ଗା ପଡିଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଚାରଭାଟି ଗ୍ରାମରେ ଆଜି ସକାଳୁ ଏପରି ଘଟଣା ଦେଖିବାକୁ ମିଳିଛି । ଚାରଭାଟି ଗ୍ରାମର ଏକ ନାଳରେ ଗ୍ରାମର ଝିଅ ବୋହୁ ମାନେ ଗାଧୋଉ ଥିବା ବେଳେ ପଲସାଗୋରା ଗ୍ରାମର ସୁଦାମ ସାହୁ ନାମକ ଏକ ବ୍ୟକ୍ତି ଏକ ଗଛ ତଳେ ଲୁଚି ମୋବାଇଲରେ ଭିଡିଓ ସୁଟିଙ୍ଗ କରୁଥିଲେ ।

ଏକଥାଟି ପ୍ରଘଟ ହେବା ପରେ ଗ୍ରାମବାସୀ ତାକୁ ଏକ ଗଛରେ ବାନ୍ଧି ମାଡ ନ ମାରି ଲାଣ୍ଡା କରି ଘରକୁ ଆଣି ଛାଡି ଦେଇଥିଲେ । ଅଞ୍ଚଳବାସୀଙ୍କ କହିବା ଅନୁସାରେ ଏ ବ୍ୟକ୍ତି ଜଣକ ୨ ରୁ ୩ ଥର ଏମିତି କାମ କରୁଥିବା ଅଭିଯୋଗ ହୋଇଥିଲା । ତାଙ୍କ ଘର ଶିମିଳିପଦର ପଂଚାୟତ କଣ୍ଟିଆପାଲି ଗ୍ରାମରେ । ଘରେ ଲଷ୍ମୀ ପ୍ରତିମା ଭଳି ସ୍ତ୍ରୀ ଥିବା ବେଳେ ଦୁଇଟି ସନ୍ତାନର ଜନକ ହୋଇ ମଧ୍ୟ ଏଭଳି ଘୃଣ୍ୟ ଆଚରଣ ସାରା ଅଂଚଳରେ ଅଲୋଡ଼ନ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.