Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ପାଣି ପମ୍ପ୍ ଅପରଟେରଙ୍କୁ ମାଡ ଘଟଣା : ଭ୍ୟାନ୍ ସହ ସଦର ଥାନା ପୋଲିସକୁ ଦୀର୍ଘ ୬ଘଣ୍ଟା ଅଟକ ରଖିଲେ ଉତ୍ତ୍ୟକ୍ତ ଗ୍ରାମବାସୀ

22/05/2021 at 4:17 PM

ଢେଙ୍କାନାଳ ୨୨।୫: ଗ୍ରାମବାସୀଙ୍କୁ ପାଇପ୍ ଲାଇନ୍ ପାଣି ଯୋଗାଇବାକୁ ନେଇ ବିବାଦରୁ ଜଣେ ପମ୍ପ ଅପରଟେରକୁ ମାଡ ମାରିବା ଘଟଣା ଜଟିଳ ରୂପ ନେଇଛି । ଏପରିକି ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ପୋଲିସର ଟାଳଟୁଳ ନୀତି ଯୋଗୁଁ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ଗ୍ରାମକୁ ଯାଇଥିବା ସଦର ଥାନା ଅଧିକାରୀ ସବିତା ପାତ୍ର ସମେତ ତାଙ୍କ ପୋଲିସ କର୍ମଚାରୀ ଓ ପୋଲିସ ଭ୍ୟାନକୁ ଘେରାଉ କରି ରଖିଥିଲେ ଉତ୍ତ୍ୟକ୍ତ ଇନ୍ଦିପୁର ଗ୍ରାମବାସୀ । ଫଳରେ ଉତ୍ତେଜନା ବଢ଼ିବାରେ ଲାଗିଥିଲା । ଗ୍ରାମର ଉଭୟ ଉତ୍ତ୍ୟକ୍ତ ପୁରୁଷ ଓ ମହିଳା ଗାଁ ଚାରିପଟକୁ ପଥର ଥୋଇ ବାଉଁଶ ବାନ୍ଧି ସିଲ୍ କରିଦେଇଥିଲେ । ଗରା, ହାଣ୍ଡି, ମାଠିଆ ଆଦି ଚାରିପଟେ ଥୋଇ ମଝିରେ ପୋଲିସକୁ କବ୍ଜା କରି ରଖିଥିଲେ ।

ସୂଚନାଯୋଗ୍ୟ ଯେ, ପାଣି ଯୋଗାଇବାକୁ ନେଇ ବିବାଦରୁ ଇନ୍ଦିପୁର ଗ୍ରାମକୁ ପାଇପ୍ ପାଣି ଯୋଗାଉଥିବା ପମ୍ପ୍ ହାଉସ ଅପରେଟର ଦିବାକର ସାହୁଙ୍କୁ ନୂଆ ସାହିର ତିନିଜଣ ଯୁବକ ମାଡ଼ ମାରିଥିଲେ । ଯାହାକୁ ନେଇ ପମ୍ପ ଅପରେଟର ସଦର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ପାଲଟା ପମ୍ପ ହାଉସ ଡ୍ରାଇଭର ଦିବାକରଙ୍କ ଉପରେ ହାକିମାତି କରିଥିଲା । ଏହାକୁ ନେଇ  ଗ୍ରାମସଭାରେ କଥା ପଡିବାରୁ ଗ୍ରାମବାସୀମାନେ ଏକଜୁଟ ହୋଇଥିବାବେଳେ ଅଭିଯୁକ୍ତମାନଙ୍କୁ ଡାକି ପଚାରିବା ପାଇଁ ପ୍ରସ୍ତୁତି କରିଥିଲେ । ଏପରିସ୍ଥଳେ ଶନିବାର ସଦର ଥାନା ଅଧିକାରୀ ସବିତା ପାତ୍ର ପୋଲିସ ଦଳ ସହ ଗ୍ରାମକୁ ଆସି ଅଭିଯୁକ୍ତଙ୍କୁ ଗିରଫ ବଦଳରେ ତାଙ୍କ ଘରକୁ ସୁରକ୍ଷା ଦେଇଥିଲେ ବୋଲି ଅଭିଯୋଗ ହୋଇଛି ।ଫଳରେ ଗ୍ରାମବାସୀ ପୋଲିସର ଏତାଦୃଶ୍ୟ କାର୍ଯ୍ୟକଳାପ ନେଇ ଏପରି ଉତ୍ତେଜିତ ହୋଇଥିଲେ ବୋଲି ଜଣାପଡିଛି । ପରେ ସଦର ଥାନା ଅଧିକରିଣୀ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଉତ୍ତେଜନା ଥମିବା ସହ ପୋଲିସ ଗାଡିକୁ ଛାଡିଥିବା ଜଣାପଡିଛି ।

   Related Posts