ବିପନ୍ନଙ୍କୁ ଦୁର୍ବ୍ୟବହାର ସହ ରିଲିଫ ସାମଗ୍ରୀ ନ ବାଣ୍ଟିବା ନେଇ ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା

Published By : Prameya-News7 Bureau | May 13, 2019 IST

ଜଗତସିଂହପୁର ୧୩\୫ :  ଜଗତସିଂହପୁର ଜିଲ୍ଲା ବିରିତୋଳ ପଂଚାୟତରେ ରିଲିଫ ସାମଗ୍ରୀ ବଣ୍ଟନ ଦାୟିତ୍ବ ରେ ଥିବା ଡିଲର ବିପନ୍ନ ମାନଙ୍କୁ ଦୁର୍ବ୍ୟବହାର କରିବା ସହ ରିଲିଫ ସାମଗ୍ରୀ ଓ ସହାୟତା ରାଶି ବଣ୍ଟନ ନକରିବା ଘଟଣାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଫଳରେ ଏହାର ପ୍ରତିବାଦରେ ଶତାଧିକ ହିତାଧିକାରୀ ମାନେ ଆଜି ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେବା ସହ ପରେ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ବିଭିଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ପରେ ଆନ୍ଦୋଳନ ହଟିଥିଲା ।

{"id":111340,"width":576,"height":432}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.