ଥାନା ଏସଆଇଙ୍କ ଦବଙ୍ଗଗିରି : ବଦଳି ପ୍ରତିବାଦରେ ଗ୍ରାମବାସୀଙ୍କ ଥାନା ଘେରାଉ ଓ ରାସ୍ତାରୋକ

Published By : Prameya-News7 Bureau | July 04, 2019 IST

ଆଠମଲ୍ଲିକ ୪|୭: ଅନଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଏସଆଇ ଏସ.କେ. ବେହେରାଙ୍କ ଦବଙ୍ଗଗିରି ପ୍ରତିବାଦରେ ଥାନା ଘେରାଓ କରାଯାଇଛି । ଏହାସହ ଆଠମଲ୍ଲିକ ଅନଗୁଳ ରାସ୍ତା ଅବରୋଧ କରାଯାଇଛି । ଯାହା ଫଳରେ ଶହ ଶହ ଯାନବାହନ ଅଟକି ରହିଛି।

{"id":130264}

ସୂଚନାଯୋଗ୍ୟ ଯେ, ଦୀପକ ସେଠୀ ନାମକ ଇଲେକ୍ଟ୍ରିସିଆନଙ୍କୁ ଠକୁରଗଡ଼ ଏସଆଇ ଏସ.କେ. ବେହେରା ତଙ୍କର ଘର କାମରେ ଲଗାଇ ଥିଲେ । କାମ ସରିଲା ପରେ ଦୀପକ ତାର ପ୍ରାପ୍ୟ ମାଗିବାରୁ ତୁ ମଦ ପିଇ କାମ କରିଛୁ କହି ନିର୍ଧୁମ ମାଡ ମାରିଥିଲେ । ଏ ଘଟଣା ଗ୍ରାମବାସୀ ଜାଣିଲା ପରେ ଏସଆଇଙ୍କର ବଦଳି ପ୍ରତିବାଦରେ ବିକ୍ଷୋଭ ଓ ରାସ୍ତାରୋକ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.