ବିଡିଓଙ୍କ ବଦଳି ଦାବିରେ ତାତିଲେ ଆଦିବାସୀ, ବ୍ଲକ୍ ଅଫିସରେ ପକାଇଲେ ତାଲା

Published By : Prameya-News7 Bureau | December 19, 2019 IST

ମାଲକାନଗିରି ୧୯।୧: ବିଡ଼ିଓଙ୍କ ବଦଳି ଦାବିରେ ତାତିଲେ ଆଦିବାସୀ। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବିଡ଼ିଓ ବିଶ୍ବଜିତ ବରମନଙ୍କ ବଦଳି ଦାବିରେ ଆଜି ଦ୍ବିତୀୟ ଦିନରେ ଆନ୍ଦୋଳନ କରିଛନ୍ତି ଆଦିବାସୀ । ଗତକାଲି ବ୍ଲକ କାର୍ଯ୍ୟାଳୟରେ ଆନ୍ଦୋଳନକାରୀମାନେ ତାଲା ମାରିବା ସହ ରାସ୍ତାକୁ ଓହ୍ଲାଇଥିଲେ। ଏଥିରେ ସ୍ଥାନୀୟ ଅଞ୍ଚଳର ଶହ ଶହ ଆଦିବାସୀଙ୍କ ସହ ଲୋକ ପ୍ରତିନିଧି ବି ସାମିଲ ହୋଇଥିଲେ।

{"id":199729,"sizeSlug":"large"}

ଆଉ ଆଜି ୨ୟ ଦିନରେ ବି ସେହି ଏକା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଏମାନେ। ବ୍ଲକ୍ ଓ ସମସ୍ତ ପଂଚାୟତ କାର୍ଯ୍ୟାଳୟରେ ତାଲା ମାରିବା ସହ ସମସ୍ତ ଦୋକାନ ବଜାର ଖଇରପୁଟରେ ବନ୍ଦ ରହିଛି। ଏପରିକି ସ୍ଥାନୀୟ ଅଞ୍ଚଳରେ ଥିବା ୪ଟି ସ୍କୁଲରେ ମଧ୍ୟ ତାଲା ପକାଇ ଦେଇଛନ୍ତି ଆନ୍ଦୋଳନକାରୀ । ଫଳରେ ସ୍କୁଲ ପିଲା ମାନେ ଘରକୁ ଫେରିଯାଇଛନ୍ତି ।

{"id":199731,"sizeSlug":"large"}

ବିଡ଼ିଓ ବିଶ୍ବଜିତ ବରମନଙ୍କ ଖରାପ ବ୍ୟବହାର ଓ ଦୁର୍ନୀତିକୁ ପ୍ରସଙ୍ଗ କରି ଆଦିବାସୀଙ୍କ ସହ ସ୍ଥାନୀୟ ଲୋକ ପ୍ରତିନିଧି ରାସ୍ତାକୁ ଓହ୍ଲାଇଛନ୍ତି। ଫଳରେ ପୁରା ବ୍ଲକର କାମ ଠପ୍ ହୋଇ ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.