ବୌଦ୍ଧ ବିହାରର ସୁରକ୍ଷା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ
27/11/2019 at 3:07 PM

ଭଦ୍ରକ ୨୭।୧୧: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ସ୍ଥିତ ବୌଦ୍ଧ ବିହାରର ସୁରକ୍ଷା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ଭେଟି ଗ୍ରାମବାସୀମାନେ ଦାବିପତ୍ର ଦେଇଛନ୍ତି । ଷୋଳମପୁରଠାରେ ଥିବା ବୌଦ୍ଧବିହାରରୁ ଅନେକ ବିରଳ ମୂର୍ତ୍ତି ଚୋରି ହେଉଥିବାରୁ ଏହାର ସୁରକ୍ଷା ପାଇଁ ଦାବି ହୋଇଛି ।

ଷୋଳମପୁର ବୌଦ୍ଧ ବିହାର ସୁରକ୍ଷା ଓ ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛନ୍ତି । ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିଲେ ମଧ୍ୟ ରାଜ୍ୟସରକାରଙ୍କ ତରଫରୁ ସୁରକ୍ଷା ତଥା ବିକାଶ ପାଇଁ କୌଣସି ପଦକ୍ଷେପ ନିଆଯାଇନଥିବା କହିଛନ୍ତି ଗ୍ରାମବାସୀ ।
Related Posts
ସୋଆରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
8 March 2021
ଜଙ୍ଗଲରେ ନିଆଁ ପାଇଁ ଅକଳରେ ବନବିଭାଗ, ଡକାଗଲା ଜରୁରୀ ବୈଠକ
8 March 2021