Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ସ୍ଵାଭିମାନ ଅଞ୍ଚଳରେ ଏକାଠି ହେଲେ ୩୦୦ରୁ ଅଧିକ ଲୋକେ, ନକ୍ସଲ ମୁକ୍ତ ଅଞ୍ଚଳ କରିବାକୁ ନେଲେ ଶପଥ

1/06/2020 at 9:12 AM

ଚିତ୍ରକୋଣ୍ଡା ୦୧।୦୬: ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳରେ ପୁଣି ପ୍ରଜା ମେଳି । ନିଜର ହକ ପାଇଁ ଅଣ୍ଟା ଭିଡିଲେ ଯୋଡାମ୍ବୋ ପଞ୍ଚାୟତ ବାସିନ୍ଦା । ପୂର୍ବରୁ ନକ୍ସଲଙ୍କ ନାଲି ଆଖି ତଳେ ଜୀବନ ବିତାଉ ଥିଲେ ଅଞ୍ଚଳ ବାସିନ୍ଦା । ନକ୍ସଲଙ୍କ ଇଙ୍ଗିତରେ ଚାଲୁଥିଲା ବିଚ୍ଛିନ୍ନାଞ୍ଚଳ । ହନ୍ତାଲଗୁଡା ଓ ଦରଲାବେଡା ଠାରେ BSF କ୍ୟାମ୍ପ ସ୍ଥାପିତ ହେବା ପରେ, ବିଚ୍ଛିନ୍ନାଞ୍ଚଳକୁ  ନକ୍ସଲମୁକ୍ତ ଅଞ୍ଚଳ କରିବାକୁ ଲାଗି ପଡିଲେଣି ସ୍ଥାନୀୟ ଲୋକେ ।

ଗତକାଲି ଦାର୍ଲାବେଡା ସ୍ଥିତ ସାପ୍ତାହିକ ହାଟରେ ଯୋଡାମ୍ବୋ, ଦାର୍ଲାବେଡା, ସିନ୍ଧୀବାଦୀ, ଜନ୍ତୁରାଇର ପାଖା ପାଖି ୩୦୦ ରୁ ଅଧିକ ଲୋକେ ଏକତ୍ରିତ ହୋଇ ନକ୍ସଲ ମୁକ୍ତ ଅଞ୍ଚଳ କରିବାକୁ ଶପଥ କରିଛନ୍ତି ।  ଏବଂ ନକ୍ସଲଙ୍କୁ ବିଚ୍ଛିନ୍ନାଞ୍ଚଳ ଛାଡି ଚାଲି ଯିବାକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି ଯୋଡାମ୍ବୋ ପଞ୍ଚାୟତ ବସିନ୍ଦା ।

   Related Posts