Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ବାଃ ବାଃରେ ମାଛ ଧରା ନିଶା : ଉତ୍ସବ ପାଇଁ ଭୁଲିଗଲେ କୋଭିଡ କଟକଣା, ଏକାଠି ହେଲେ ଶହ ଶହ ଲୋକ

5/07/2021 at 3:04 PM

ତାମିଲନାଡୁ ୫/୭ : ସାରା ଦେଶରେ ସଂକ୍ରମଣ ମାତ୍ରା କମିଛି ସତ ହେଲେ କମିନି ବିପଦ । ସେପଟେ ତୃତୀୟ ଲହର ନେଇ ଏବେଠାରୁ ଚେତାଇଦେଲେଣି ବିଶେଷଜ୍ଞ । ତଥାପି ଅମାନିଆଙ୍କୁ ବୁଝାଇବ କିଏ । କଥାରେ ଅଛି ମୋତେ ଯେତେ ମାଠିବୁ ମାଠେ ମୁଁ ସେଇ ଦରପୋଡା କାଟେ । ଅର୍ଥାତ୍ ଯେତେ ସଚେତନ କଲେ ବି ମାନୁନାହାଁନ୍ତି ଲୋକେ । କରୋନାର କାୟାକୁ ଦେଖି ସବୁଠି ତାଲାବନ୍ଦ ଜାରି ରହିଛି ।

ଏପରିକି ଜରୁରୀ କାମ ନଥିଲେ ଘରୁ ନ ବାହାରିବାକୁ ବାରଣ କରାଯାଇଛି । କିନ୍ତୁ ତାମିଲନାଡୁର ଏ ଦୃଶ୍ୟ ଦେଖିଲେ ଲାଗୁନି କି ଏଠାରେ କୌଣସି କରୋନା କଟକଣା ଅଛି । ଗତକାଲି ଏଠାରେ ପାଳନ ହୋଇଥିଲା ଫିସିଙ୍ଗ ଫେଷ୍ଟିଭାଲ । ଆଉ ଏହି ଉତ୍ସବରେ ସାମିଲ ହୋଇଥିଲେ ଶହ ଶହ ସଂଖ୍ୟାରେ ଲୋକେ । କେବଳ ସାମିଲ ହୋଇନଥିଲେ ପାଣଇରେ ପଶି ଜାଲ ଧରି ମାଛ ବି ଧରିଥିଲେ ।

କିନ୍ତୁ ନାଁ ଥିଲା କାହା ମଧ୍ୟରେ ସାମାଜିକ ଦୂରତା , ନାଁ ଥିଲା ମୁହଁରେ ମାସ୍କ । ଏ ଦୃଶ୍ୟ ଦେଖିଲେ ସ୍ପଷ୍ଟ ବାରି ହେଉଛି ଯେ, ମାଛ ଧରିବେ ନାଁ ସାଙ୍ଗରେ ଘରକୁ ନେବେ କରୋନା । ଏ ଘଟଣା ହେଉଛି ସିଭାଗଙ୍ଗା ଜିଲ୍ଲାର ଭିଲାରିପାଟ୍ଟି ଗ୍ରାମରେ । ପାରମ୍ପରିକ ମତ୍ସ୍ୟ ଉତ୍ସବ ପାଳନ କରିବା ପାଇଁ ଗ୍ରାମବାସୀ ବହୁ ସଂଖ୍ୟାରେ ଏକତ୍ରିତ ହୋଇ COVID ନିୟମକୁ ଖଣ୍ଡନ କରିଥିଲେ । ସୂଚନା ଥାଉକି, ୨୪ ଘଣ୍ଟା ତଳେ ରାଜ୍ୟରେ ୩,୮୬୭ ସଂକ୍ରମଣର ନୂଆ ମାମଲା ଚିହ୍ନଟ ହେବା ସହ ୭୨ ଜଣଙ୍କ ଜୀବନ ନେଇଛି ମହାମାରୀ ।

   Related Posts