ଅଭିଯୋଗ କରିବାକୁ ଆସି କୋଭିଡ୍ ନିୟମ ଭୁଲିଗଲେ ଗ୍ରାମବାସୀ

Published By : Prameya-News7 Bureau | September 22, 2020 IST

ନୀଳଗିରି,୨୨|୯:  ଗାଁର ପାଣି ସମସ୍ୟା ପାଇଁ ଅଭିଯୋଗ କରିବାକୁ ଆସି କୋଭିଡ ନିୟମକୁ ଖୋଲାଖୋଲି ଉଲଂଘନ କଲେ ଗ୍ରାମବାସୀ । ଏଭଳି ଘଟଣା ନୀଳଗିରି ଉପଜିଲ୍ଲାପାଳଙ୍କ ଅଫିସ ପରିସରରେ ଦେଖିବାକୁ ମିଳିଛି।

ସୂଚନାରୁ ପ୍ରକାଶ ଯେ, ଔପଦା ବ୍ଲକ ଅଧିନ ଶ୍ୟାମସୁନ୍ଦରପୁର ପଂଚାୟତ ପାଟଚଣ୍ଡୀ ଗାଁରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଏକ ମାତ୍ର ନଳକୂପ ଥିବାବେଳେ ଏଥିରୁ ପ୍ରର୍ଯ୍ୟ ପ୍ତ ପାଣି ବାହାରୁନଥିବା ବେଳେ ଅନେକ ସମୟରେ ଖରାପ ହେଉଛି। ତେଣୁ ଗ୍ରାମବାସୀମାନେ ଆଜି ପାନୀୟ ଜଳ ସମସ୍ୟା ନେଇ ନୀଳଗିରି ଉପଜିଲ୍ଲାପାଳଙ୍କୁ ଭେଟି ସମାଧାନ ଓ କାର୍ଯ୍ୟନୁଷ୍ଠାନ ନେବାକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ତେବେ ଗ୍ରାମବାସୀ କରୋନା ନିୟମକୁ ଉଲଂଘନ କରିଥିବା ଦେଖାଯାଇଛି। ଓଡ଼ି୦୧ଏଲ-୧୫୫୯ ନମ୍ବର ଅଟୋରେ ଏକାଧିକ ବ୍ୟକ୍ତି ବସିଥିବା ନଜରକୁ ଆସିଥିବା । ଅଟୋରେ କିଛି ମହିଳା ମାସ୍କ ପିନ୍ଧିନଥିବା ଦେଖିବାକୁ ମିଳିଥିଲା। ତେବେ କୋଭିଡ ନିୟମକୁ ଉଲ୍ଲଂଘନ କରୁଥିବା ବେଳେ କିପରି ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ସମସ୍ତଙ୍କୁ ଅପେକ୍ଷା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.