Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ୪୧ ବର୍ଷ ପରେ କ୍ଵାର୍ଟର ଫାଇନାଲ୍‌ରେ ଭାରତୀୟ ମହିଳା ହକି ଦଳ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୯୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ଡିସଚାର୍ଜ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ
  • ||
  • ଭୁବନେଶ୍ବରରୁ ଦିନକରେ ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୯ ସୁସ୍ଥ
  • ||
  • ଭାରତ-ଚୀନ ମଧ୍ୟରେ ଥମିବ କି ବିବାଦ ! ୯ ଘଣ୍ଟା ଧରି ଚାଲିଲା ୧୨ତମ ବୈଠକ, ଗୋଗରା-ହଟ୍ ସ୍ପ୍ରିଙ୍ଗରୁ ସୈନ୍ୟ ପ୍ରତ୍ୟାହାର ଉପରେ ଜୋର
  • ||
  • ଜେଲ୍‌ ଗଲେ କୋଟିପତି ପିଏସ୍‌ ବିରଞ୍ଚି ସାହୁ
  • ||
  • ସେମି ଫାଇନାଲରେ ହାରିଲେ ସିନ୍ଧୁ, ଧୂଳିସାତ ହେଲା ସ୍ଵର୍ଣ୍ଣ ପଦକ ଆଶା, ଏବେ କାଂସ୍ୟ ଉପରେ ନଜର
  • ||
  • ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ
  • ||
  • ମୀନା ବଜାର ଖୋଲାଯାଇପାରିବ
  • ||
  • ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ
  • ||
  • ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି
  • ||

ହଜିଗଲା ମାନବିକତା : କରୋନା ଭୟରେ ଶବକୁ କାନ୍ଧ ଦେଲେନି ଗାଁଲୋକ

6/08/2020 at 9:28 AM

କୋଣାର୍କ ୬।୮: କରୋନା ଭୟରେ ଶବକୁ କାନ୍ଧ ଦେଲେନି ଗାଁଲୋକ । ପୁରୀ ଜିଲ୍ଲା ଗୋପ ବ୍ଲକ୍ ବନାଖଣ୍ଡି ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମାଙ୍କଡ ଗୋରଡି ଗ୍ରାମର ଜଣେ ଯୁବକ ଜ୍ବରରେ ଆକ୍ରାନ୍ତ ହେବାପରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଗାଁ ଲୋକମାନେ କରୋନା ଭୟରେ ତାଙ୍କ ଶବକୁ କାନ୍ଧ ଦେଇ ନଥିବା ଅଭିଯୋଗ ରହିଛି । ଶେଷରେ ପରିବାର ଲୋକମାନେ କୋଣାର୍କ ଏନଏସି ସାହାଯ୍ୟ ଲୋଡିଥିଲେ । କୋଣାର୍କ ଏନଏସି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ରିକ୍ସା ସାହାଯ୍ୟରେ ଶବକୁ ମଶାଣି ପର୍ଯ୍ୟନ୍ତ ନିଆଯାଇଥିଲା । କୋଣାର୍କ NACର କର୍ମଚାରୀମାନେ ଏହି ଶବକୁ ଗାଁ ମଶାଣିକୁ ନେବା ଦେଖିବାକୁ ମିଳିଥିଲା ।

ଘଟଣାରୁ ପ୍ରକାଶ ଯେ, ଗତ କିଛିଦିନ ହେବ ବିଚିତ୍ର ରାଉତ ଜ୍ବରରେ ଆକ୍ରାନ୍ତ ହେବା ପରେ ପରିବାର ପକ୍ଷରୁ ଗତ ୪ ତାରିଖରେ ଗୋପ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଗୋପ ଡାକ୍ତର  ୫ ତାରିଖରେ କରୋନା ଟେଷ୍ଟ ପାଇଁ କୋଣାର୍କ କୋଭିଡ୍ ଟେଷ୍ଟ ସେଣ୍ଟରକୁ ପଠାଇଥିଲେ । କିନ୍ତୁ ୫ ତାରିଖରେ ବିଚିତ୍ରଙ୍କ ନିଜ ବାସଭବନରେ ମୃତ୍ୟୁ ହୋଇଥିଲା । ବିଚିତ୍ର ଶବକୁ ମଶାଣିକୁ ନେବାପାଇଁ କୌଣସି ଗାଁର ଲୋକେ ଆସିନଥିଲେ । ଫଳରେ ତାଙ୍କ ବାପା କୋଣାର୍କ ଏନଏସି ସାହାଯ୍ୟ ଲୋଡିଥିଲେ । ଏପରି ଏକ ହୃଦୟ ବିଦାରକ ଘଟଣାକୁ ନେଇ ସାଧାରଣରେ ନାପସନ୍ଦ କରାଯାଇ ବେଳେ ୨/୩ ଜଣ ବନ୍ଧୁ ବାନ୍ଧବଙ୍କ ସାହାଯ୍ୟରେ ପରିବାର ପକ୍ଷରୁ ଶବ ଦାହ କରାଯାଇଛି ।

   Related Posts