Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଆକ୍ରମଣ ପ୍ରତିବାଦରେ ଗ୍ରାମବାସୀଙ୍କ ଧାରଣା, ୩ ଘଣ୍ଟା ଅଟକ ରଖିଲେ ପୋଲିସ ଗାଡି

22/07/2021 at 12:53 PM

ଆଠମଲ୍ଲିକ ୨୨।୭: ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ଥାନା ଅନ୍ତର୍ଗତ ଓସ୍କାପାଲି ପଞ୍ଚାୟତର ଦାଦରପାଲି ଗାଁରେ ବୁଧବାର ଏକ ଘଟଣାରେ ଗ୍ରାମର ରତନା ପ୍ରଧାନ ନାମକ ଜଣେ ବ୍ୟକ୍ତିକୁ ସେହି ଗାଁର ବାପା ଓ ପୁଅ ଅରକ୍ଷିତ ପ୍ରଧାନ ଓ ଟିକେନ ପ୍ରଧାନ ପୂର୍ବ ଶତ୍ରୁତା କାରଣରୁ ଟାଙ୍ଗିଆରେ ହାଣିଥିଲେ । ଆକ୍ରମଣରେ ଗୁରୁତର ଆହତ ହୋଇଥିବା ରତନା ପ୍ରଧାନକୁ ସମ୍ବଲପୁର ବୁର୍ଲା ଡାକ୍ତରଖାନାକୁ ପଠାଯିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ଆକ୍ରମଣକାରୀ ବାପା-ପୁଅଙ୍କୁ ଗିରଫ କରିବା ଦାବିରେ ବର୍ଷାରେ ଭିଜି ପ୍ରତିବାଦ ଜଣାଇଥିଲେ ।

ପରେ ଉତ୍ତ୍ୟକ୍ତ ଲୋକଙ୍କୁ ଠାକୁରଗଡ଼ ଆଇଆଇସି ଓ କିଶୋରନଗର ତହସିଲଦାର ବୁଝାଇ ଥିଲେ । କିଶୋରନଗର ପୋଲିସ ଗାଡିକୁ ୩ ଘଣ୍ଟା ଅଟକ ପରେ ଆକ୍ରମଣକାରୀକୁ ଥାନାକୁ ଆଣିବାରେ ସକ୍ଷମ ହୋଇପାରିଥିଲା ।  ଗ୍ରାମବାସୀ ଆକ୍ରମଣ କରିଥିବା ବାପା ଓ ପୁଅକୁ ଉଚିତ ଦଣ୍ଡ ଦେବକୁ ଦାବି କରିଛନ୍ତି ।

   Related Posts