ବିଦ୍ୟାଳୟ ବନ୍ଦ-ମିଶ୍ରଣ ନିଷ୍ପତ୍ତି ବାତିଲ କରି ନାମଲେଖା ଆରମ୍ଭ କରିବା ଦାବିରେ ଗଣଧାରଣା

Published By : Prameya-News7 Bureau | October 11, 2021 IST

ସାନଖେମୁଣ୍ଡି ୧୧।୧୦: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ବଡଖଣ୍ଡି ଗ୍ରାମର ଇନ୍ଦିରାଆବାସ ପ୍ରାଥମିକ ବିଦ୍ୟାଳୟ ବନ୍ଦ-ମିଶ୍ରଣ ନିଷ୍ପତ୍ତି ବାତିଲ କରି ତୁରନ୍ତ ନାମଲେଖା ଆରମ୍ଭ କରିବା ଦାବି । ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଏକ ଶୋଭାଯାତ୍ରା ବାହାରି ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଅନିର୍ଦ୍ଧିଷ୍ଟ ଓ ଅହୋରାତ୍ର ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ଗ୍ରାମବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଜିଲ୍ଲାପାଳ, D.E.O, B.E.O ଓ B.D.Oଙ୍କୁ ଅବଗତ ସତ୍ତ୍ଵେ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ ।

{"id":525714,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ୨୦୧୮ ମସିହାରେ  ରାଜ୍ୟର ୧୪,୩୭୯ ଓ ଗଞ୍ଜାମ ଜିଲ୍ଲାରେ ୪୩୩ ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ବନ୍ଦ କରିବା ପ୍ରକ୍ରିୟା ୨୦୨୦  ଶିକ୍ଷା ବର୍ଷରୁ ଆରମ୍ଭ ହୋଇଥିଲା ପ୍ରାଥମିକ ବିଦ୍ୟାଳୟକୁ କମ୍ ଛାତ୍ରଛାତ୍ରୀର ଥିବା ଆଳ ଦେଖାଇ ନିକଟସ୍ଥ ହାଇସ୍କୁଲରେ ମିଶ୍ରଣ ପାଇଁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଦୁଃଖର ବିଷୟ ସ୍କୁଲରେ ୩୫ରୁ ଉର୍ଦ୍ଧ୍ବ ପିଲା ନାମ ଲେଖାଇଥିବା ସତ୍ତ୍ବେ ଏହି ସ୍କୁଲକୁ ବନ୍ଦ କରାଯାଉଛି । ଏହି ପ୍ରାଥମିକ ବିଦ୍ୟାଳୟରେ କୁନି କୁନି କୋମଳମତି ଶିଶୁମାନଙ୍କୁ ଏହି ମୁଖ୍ୟ ସଡ଼କ ପାର କରି ପ୍ରାୟ ଏକ କିଲୋମିଟର ଦୂରତ୍ବରେ ମିଶ୍ରଣ ହୋଇଥିବା ସ୍କୁଲକୁ ଯିବାକୁ ପଡିବ । ଏହି କାର୍ଯ୍ୟକ୍ରମରେ ଅଲ୍ ଇଣ୍ଡିଆ ଡିଏସ୍‌ଓ ସମ୍ପାଦକ ନିମାଇଁ ଚରଣ ସାହୁଙ୍କ ସହ ନାରାୟଣ ସାହୁ, କିସାନ ସାହୁ ଏବଂ ସୁରେନ୍ଦ୍ର ଦାସ, ନିରାକାର ଦାସ, ଶଙ୍କର ଦାସ, ସୁସମା ଦାସ, ନିୟନୀ ଦାସ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.