Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ହତ୍ୟାକାରୀକୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗରେ ତାତିଲେ ଗ୍ରାମବାସୀ, ଅଟକାଇଲେ ପୋଲିସ୍‌ ଗାଡି

23/07/2020 at 6:12 PM

ଆଠଗଡ଼୨୩/୭: ରାଗରେ ପୋଲିସ୍‌ ଗାଡି ଅଟକ ରଖିଲେ ଗ୍ରାମବାସୀ । ଏକ ହତ୍ୟାକାଣ୍ଡ ଘଟଣାରେ ଥାନା ଅଧିକାରୀ ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ ଆସିବା ପରେ ଗ୍ରାମବାସୀ ରାଗି ଯାଇଥିଲେ। କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ବୋକୋଡାର ଗଡ଼ିସାହି ଏଭଳି ଅଭାବନୀୟ ଘଟଣା ଘଟିଛି। ଜୁଲାଇ ୨ ତାରିଖ ଦିନ ସେହି ଗ୍ରାମର ରମାକାନ୍ତ ସାହୁଙ୍କ ଝୁଲନ୍ତା ମୃତଦେହ ତାଙ୍କ ବାଡ଼ିରେ ଥିବା ବେଲଗଛରୁ ଉଦ୍ଧାର ହୋଇଥିଲା।  ରମାକାନ୍ତଙ୍କ ଭାଇ ସଦାନନ୍ଦ ଏବଂ ତାଙ୍କ ଭାଉଜ ବିଜୁଳିତା ରମାକାନ୍ତଙ୍କୁ ମାରି ଗଛରେ ଟାଙ୍ଗି ଦେଇଥିବା ଅଭିଯୋଗ କରିଥିଲେ ରମାକାନ୍ତଙ୍କ ସ୍ତ୍ରୀ ଲିପି ।

ଏହି ଘଟଣାରେ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ଜବତ କରିଥିଲେ।  ଅଭିଯୁକ୍ତ ଭାଇ-ଭାଉଜଙ୍କୁ ଅଟକ ରଖି ପରେ ଥାନାରୁ ଛାଡ଼ି ଦେଇଥିବା ବେଳେ ପୋଲିସର କାର୍ଯ୍ୟକଳାପରେ ଗ୍ରାମବାସୀମାନେ ସନ୍ଦେହ ପ୍ରକାଶ କରିଛନ୍ତି। ଗୁରୁବାର ମୃତ ରମାକାନ୍ତଙ୍କର ଏକ ତିନିମାସର ପୁଅକୁ ଦୁଇ ଅଭିଯୁକ୍ତ ସଦାନନ୍ଦ ଓ ବିଜୁଳି ତଣ୍ଟି ଚିପି ମାରିଦେବା ପାଇଁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ମାନେ ତାଙ୍କୁ ଏକ ଘରେ ଅଟକ ରଖିଥିଲେ ।

ଖବର ପାଇ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଉଦ୍ଧାର କରିବାକୁ ଯାଇ ଗ୍ରାମବାସୀଙ୍କ ରୋଷର ଶିକାର ହୋଇଛନ୍ତି । ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ଆଠଗଡ଼ ଏସ୍‌ଡିପିଓ ଆଲୋକ ରଂଜନ ରାୟ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତିରେ ସାମାନ୍ୟ ଶାନ୍ତ ପଡିଥିଲା।

   Related Posts