ପରମିଟ୍ ଥାଇ ଚଢା ଫାଇନ୍ : ମହିଳା ତହସିଲଦାରଙ୍କୁ ଅଟକ ରଖିଲେ ଲୋକେ

Published By : Prameya-News7 Bureau | December 04, 2019 IST

ନୀଳଗିରି ୪।୧୨: ବାଲେଶ୍ଵର ଜିଲ୍ଲା ଉଦଳା ରାସ୍ତା ମଛୁଆ ନିକଟରେ ନୀଳଗିରି ତହସିଲଦାର ସୁଶ୍ରୀତା ଟୁଡୁଙ୍କୁ ଅଟକ ରଖାଯାଇଥିବାବେଳେ ଏବେ ମୁକୁଳିଛନ୍ତି ସେ। ଗାଡି ଚେକିଂ କଲାବେଳେ ଏକ ବାଲି ଗାଡିକୁ ଅଟକ ରଖିବାକୁ  ନେଇ  ଉତ୍ତେଜନା ଦେଖାଦେଇଥିଲା ।

{"id":193727,"sizeSlug":"large"}

ମାତ୍ରାଧିକ ଜରିମନା ଓ ପରମିଟ୍ ଥାଇ ମଧ୍ୟ ଗାଡିକୁ ଫାଇନ୍ କରିବା ପ୍ରତିବାଦରେ ଅଟକ ରଖି ରାସ୍ତାରୋକ କରିଛନ୍ତି ଗାଡି ମାଲିକ ଓ ଶ୍ରମିକ । ନୀଳଗିରି ଉପ-ଜିଲ୍ଲାପାଳ ପହଞ୍ଚିଥିବାବେଳେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

{"id":193728,"sizeSlug":"large"}

ତହସିଲଦାର ଜଣଙ୍କ ମୁହଁ ଖୋଲୁ ନଥିବାବେଳେ ଗାଡି ମାଲିକ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ରାସ୍ତାରୋକ ପରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.