ଗାଁରେ ପସି ବ୍ୟାପକ ଫସଲ ନଷ୍ଟ କଲେ ହାତୀ ପଲ, ପ୍ରତିବାଦରେ ବନ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

Published By : Prameya-News7 Bureau | June 19, 2021 IST

ଅନୁଗୋଳ ୧୯।୬: ଅନୁଗୋଳ ପୁରୁଣାଗଡ଼ ରେଞ୍ଜ ପୁରୁଣାଗଡ଼ ଗାଁରେ ହାତୀ ଉପଦ୍ରବ ଯୋଗୁଁ ବନ ବିଭାଗର ୨ ଜଣ କର୍ମଚାରୀଙ୍କୁ ଅଟକ ରଖିଛନ୍ତି । ଶୁକ୍ରବାର ରାତିରେ ୨୦ ଟିକିଆ ହାତୀପଲ ଆସି ଗାଁରେ ବ୍ୟାପକ ପନିପରିବା ନଷ୍ଟ କରିବା ସହ ଅନେକ ଫସଲ ନଷ୍ଟ କରିଛନ୍ତି । ଖବର ପାଇ ଗାଁକୁ ଯାଇଥିବା ଜଣେ ଫରେଷ୍ଟର ଏବଂ ଜଣେ ଫରେଷ୍ଟ ଗାର୍ଡଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । କ୍ଷତିପୂରଣ ବାବଦରେ ଅର୍ଥ ଏବଂ ହାତୀ ଦାଉରୁ ରକ୍ଷା ଏହି ଦୁଇଟି ଦାବି ରଖିଛନ୍ତି । ତେବେ ପୁରୁଣାଗଡ଼ ରେଞ୍ଜର ଗ୍ରାମବାସୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ବାହାର କରିବେ ବୋଲି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.