ଭାରିଯାନ ଯାତାୟତକୁ ନେଇ ତାତିଲେ ଲୋକେ, ୧୦ଟି ଗାଡ଼ି ଅଟକ ରଖିଲେ ଗ୍ରାମବାସୀ

Published By : Prameya-News7 Bureau | September 25, 2021 IST

ସାଲେପୁର, ୨୫।୦୯: ଭାରିଯାନ ଯାତାୟାତ ଯୋଗୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ୁଛି । ଅତିଷ୍ଠ ହୋଇ ଭରିଯାନକୁ ଗ୍ରାମବାସୀମାନେ ଅଟକାଇଛନ୍ତି। କଟକ ଜିଲ୍ଲା ସାଲେପୁର ବ୍ଳକ କିଶନନଗର ଥାନା ଗୁଆଳିନାସି ଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି ।ସାଲେପୁର, ହରିଚନ୍ଦନପୁର, କିଶନନଗର ଜଳସମ୍ପଦ ବିଭାଗ କେନାଲ ବନ୍ଦ ରାସ୍ତାରେ ଭରିଯାନ ଯାତାୟାତ ଯୋଗୁ ରାସ୍ତାରେ ଆଣ୍ଠୁଏ ଲେଖାଁଏ ଗାତ ସୃଷ୍ଟି ହେବା ଫଳରେ ପଥଚାରି ମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।

ଏହି ରାସ୍ତାରେ ଭାରିଯାନ ଯିବାପାଇଁ ଅନୁମତି ନଥିବା ବେଳେ କାହା ସାହସରେ ଏହି ଭାରିଯାନ ଗୁଡିକ ଯାତାୟାତ କରୁଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏହି ରାସ୍ତାରେ ରାତିହେଲେ ଭରିଯାନ ଗୁଡିକ ଯାତାୟାତ କରିଥାନ୍ତି। ଆଜି ସ୍ଥାନୀୟ ଅଂଚଳର ଲୋକମାନେ ଏକଜୁଟ ହୋଇ ପାଖାପାଖି ୧୦ଗୋଟି ଭରିଯାନକୁ ଅଟକାଇ କିଶନନଗର ପୋଲିସକୁ ଖବର ଦେଇଥିଲେ। ହେଲେ ଗାଡିମାଲିକମାନେ ଲୋକମାନଙ୍କୁ ଧମକ ଚମକ ଦେବା ଯୋଗୁ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖା ଦେଇଛି।

କିଶନନଗର ପୋଲିସ ଘଟଣା ସ୍ଥଳରେ ପହଂଚି ଗାଡିଗୁଡିକୁ କୌଶଳରେ ଖସାଇଦେବାକୁ ବସିଥିବା ବେଳେ ସ୍ଥାନୀୟ ଅଂଚଳର ଲୋକମାନେ ଏହି ରାସ୍ତାରେ ଯିବାପାଇଁ କଣ ଅନୁମତି ଅଛି ପ୍ରଶ୍ନ କରିଥିଲେ । ଫଳରେ ଗାଡି ଗୁଡିକ ଅଟକି ରହିଥିବା ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.