ଓଡିଆ ଶ୍ରମିକଙ୍କୁ ନେବାକୁ ମହାରାଷ୍ଟ୍ରରୁ ଆସିଥିଲା ବସ୍, ଅଟକାଇଲେ ସ୍ଥାନୀୟ ଲୋକ

Published By : Prameya-News7 Bureau | April 22, 2021 IST

ସୋର ୨୨।୪: ମହାରାଷ୍ଟ୍ରରୁ ଆସିଥିବା ବସକୁ ଅଟକାଇଲେ ଲୋକେ । କରୋନାର ଦ୍ବିତୀୟ ଲହର ମହାରାଷ୍ଟ୍ରରେ ହୁ ହୁ ହୋଇ ବଢି ଚାଲିଥିବା ବେଳେ ବୁଧବାର ଓଡ଼ିଆ ଶ୍ରମିକଙ୍କୁ ନେବା ପାଇଁ ଏକ ଘରୋଇ ବସ୍ ଆସିଥିଲା । ତେବେ ଖଇରାରେ ବସଟିକୁ ସ୍ଥାନୀୟ ଲୋକେ ଅଟକ ରଖି ପୋଲିସର ଜିମା ଦେଇଛନ୍ତି l

{"id":442199,"width":840,"height":462,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଓଡ଼ିଆ ଶ୍ରମିକମାନେ ମହାରାଷ୍ଟ୍ରର ଏକ ଘରୋଇ କମ୍ପାନୀରେ କାମ କରିବା ପାଇଁ ଯିବା ପାଇଁ ମହାରାଷ୍ଟ୍ରରୁ ଏକ ଘରୋଇ ବସ୍ ଆସିଥିଲା । ବୁଧବାର ବିଳମ୍ବିତ ରାତିରେ ହରିପୁରରୁ ୨୦ ଶ୍ରମିକ ମହାରାଷ୍ଟ୍ର ଯିବାକୁ ପ୍ରସ୍ତୁତ ହେଉଥିଲେ । ଏ ନେଇ ଗ୍ରାମବାସୀ ଖବର ପାଇବା ପରେ ବସକୁ ଅଟକ ରଖିବା ସହିତ ଡ୍ରାଇଭର ଓ ହେଲପରଙ୍କୁ ମଧ୍ୟ ଅଟକ ରଖି ପୋଲିସର ଜିମା ଦେଇଛନ୍ତି । ଖଇରା ପୋଲିସ ବସ୍ ସହିତ ୪ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.