ଛିଡି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି

Published By : Prameya-News7 Bureau | June 01, 2021 IST

ଆନନ୍ଦପୁର ୧।୬: କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଖସାପଦା ଗାଁରେ ଗତ ୨୮ ତାରିଖରେ ଛିଡି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ପରିବାର ଲୋକଙ୍କୁ କ୍ଷତି ପୂରଣ ଦେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

{"id":459900,"sizeSlug":"large","linkDestination":"none"}

ମଙ୍ଗଳବାର ଦିନ ୨୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଆନନ୍ଦପୁର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ପହଞ୍ଚି ବିଭାଗୀୟ ଅବହେଳାକୁ ଦାୟୀ କରିବା ସହ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ସେପଟେ ଏହି ଘଟଣାକୁ କେନ୍ଦ୍ରକରି ମୃତ ନାବାଳକଙ୍କ ବାପା ମାଟୁ ମୁଣ୍ଡା ବିଦ୍ୟୁତ ବିଭାଗ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ତେବେ ଏ ସମ୍ପର୍କରେ ଆନନ୍ଦପୁର ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ କିଛି ପ୍ରତିକ୍ରିୟା ଦେଇନାହାନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗତ ୨୮ ତାରିଖରେ ମାଟୁ ମୁଣ୍ଡାଙ୍କ ୧୨ବର୍ଷ ର ପୁଅ ଆକାଶ ଛେଳି ଖୋଜିବାକୁ ଯାଇଥିବା ସମୟରେ ରାସ୍ତାରେ ଝୁଲିପଡିଥିବା ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.